ଅଙ୍ଗନବାଡ଼ିରେ ପଶିଲେ, ଶିଶୁକୁ ଓଲଟାଇ ପିଟିଲେ

ଆନନ୍ଦପୁର( ମୁନା ସିଂ): ଶିଶୁ କଳି ନେଲା ସାଂଘାତିକ ରୂପ। ୨ ଶିଶୁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ କରିବା ପରିବର୍ତ୍ତେ ଜଣେ ଅଭିଭାବକ ନେଇଥିବା ପଦକ୍ଷେପ  ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।  ଅଭିଭାବକଜଣକ ଅନ୍ୟ ଜଣେ ଶିଶୁର ଗୋଡ଼କୁ ଉପରକୁ ଟେକି ନିସ୍ତୁକ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଗତ ୨ […]

keon-2

Niharika Rout
  • Published: Wednesday, 06 November 2019
  • , Updated: 06 November 2019, 03:03 PM IST

ଆନନ୍ଦପୁର( ମୁନା ସିଂ): ଶିଶୁ କଳି ନେଲା ସାଂଘାତିକ ରୂପ। ୨ ଶିଶୁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ କରିବା ପରିବର୍ତ୍ତେ ଜଣେ ଅଭିଭାବକ ନେଇଥିବା ପଦକ୍ଷେପ  ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।  ଅଭିଭାବକଜଣକ ଅନ୍ୟ ଜଣେ ଶିଶୁର ଗୋଡ଼କୁ ଉପରକୁ ଟେକି ନିସ୍ତୁକ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଗତ ୨ ତାରିଖରେ ଏପରି ଘଟଣା ଘଟିଛି।  ଯାହାକୁ ନେଇ  ଗ୍ରାମରେ ଉତ୍ତେଜନା ଦେଖାଦେଇଛି।   

ସୂଚନା ଅନୁଯାୟୀ, ଗତ ୨ ତାରିଖରେ କୌଣସି କାରଣକୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ୨ ଶିଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।   ଜଣେ ଶିଶୁ ନିଜ ଘରକୁ ଯାଇ ବାପାଙ୍କୁ ଡାକି ଆଣିଥିଲା । ଏହାପରେ ଅଭିଭାବକ ସନାତନ ଘଡ଼େଇ ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯାଇ ଅନ୍ୟ ଶିଶୁଟିକୁ ଓଲଟା କରି ନିସ୍ତୁକ ମାଡ଼ ମାରିଥିଲେ।

ଏ ସମ୍ପର୍କରେ ମାଡ଼ ଖାଇଥିବା ଶିଶୁର ବାପା କହିଛନ୍ତି,  “ମୋ ଛୁଆକୁ ବାହାର ଲୋକ ମାରିବା  ସମ୍ପର୍କରେ  ଗାଁ ଲୋକେ  ମୋତେ କହିଲେ । ଏହାପରେ ଅଙ୍ଗନବାଡି କର୍ମୀକୁ ପଚାରିବାରୁ ସେ ସୁପରଭାଇଜରଙ୍କୁ କହିଥିବା କହିଛନ୍ତି। ଏ ସମ୍ପର୍କରେ ନିଶ୍ଚିତ ଭାବେ କେସ୍‌ ଦେବି ।”

ଏହି ଘଟଣା ଜଣା ପଡ଼ିବା ପରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠି କହିଛନ୍ତି, “ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଘଟଣା। ଅଙ୍ଗନବାଡି କେନ୍ଦ୍ରରେ ପଶି ଛୁଆକୁ ଅକଥନୀୟ ନିର୍ଯାତନା ଦେବାକୁ ଦୃଢ ନିନ୍ଦା କରୁଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କିପରି ନିଆଯିବ ସେ ନେଇ ପଦକ୍ଷେପ ନେବି।”

Related story