ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଏବେଠୁ ଚଳଚଞ୍ଚଳ ହେଲେଣି ବିଭିନ୍ନ ରାଜନୈତିକ ଦଳ । ଦୀର୍ଘ ଦିନ ହେବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିବା ବେଳେ ଏବେ କିନ୍ତୁ ଏହାକୁ ନେଇ ତେଜିଲାଣି ରାଜନୀତି। କେହି ପଦ୍ମପୁରବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ବେଳେ ସମସ୍ତେ ତାଙ୍କ ଦାବି ସହ ରହିଥିବା ଦର୍ଶାଉଛନ୍ତି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି  ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରିୟାନୁଷ୍ଠାନ କମିଟି ନିଜ […]

pic

  • Published: Wednesday, 16 November 2022
  • , Updated: 16 November 2022, 01:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଏବେଠୁ ଚଳଚଞ୍ଚଳ ହେଲେଣି ବିଭିନ୍ନ ରାଜନୈତିକ ଦଳ । ଦୀର୍ଘ ଦିନ ହେବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିବା ବେଳେ ଏବେ କିନ୍ତୁ ଏହାକୁ ନେଇ ତେଜିଲାଣି ରାଜନୀତି। କେହି ପଦ୍ମପୁରବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ବେଳେ ସମସ୍ତେ ତାଙ୍କ ଦାବି ସହ ରହିଥିବା ଦର୍ଶାଉଛନ୍ତି।

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି  ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରିୟାନୁଷ୍ଠାନ କମିଟି ନିଜ ଦାବି ଜଣାଇଥିବା ବେଳେ ପଦ୍ମପୁରର ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିକୁ ଉଭୟ ବିଜେଡି ଓ ବିଜେପି ସମର୍ଥନ କରୁଥିବା ବେଳେ ଏହାକୁ ନେଇ କିଏ ନିର୍ବାଚନ ବୈତରଣୀ ପାର୍‌ ହେଉଛି ତାହା ଦେଖିବା ବାକି ରହିଲା।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅପରପକ୍ଷେ, ଜିଲ୍ଲା ମାନ୍ୟତା ଦାବି ନେଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ପଦ୍ମପୁରକୁ ଜିଲ୍ଲା, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା କରିବାକୁ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜିଠୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ ।

ଆନ୍ଦୋଳନକାରୀଙ୍କ କହିବା ମୁତାବକ ୧୯୬୫ ମସିହାରୁ  ଦାସ କମିଶନ ରିପୋର୍ଟରେ ୧୩ ଜିଲ୍ଲା ସମ୍ପର୍କରେ ଉଲ୍ଲେଖ ଥିଲା। ଏହାପରେ  ୧୪ତମ ଜିଲ୍ଲା ପଦ୍ମପୁର ହେବ ବୋଲି କୁହାଯାଇଥିଲା। କିନ୍ତୁ ୧୯୯୩ ମସିହାରେ ସମଗ୍ର ରାଜ୍ୟକୁ ୩୦ଟି ଜିଲ୍ଲାରେ ବିଭକ୍ତ କରାଯାଇଥିବା ବେଳେ ପଦ୍ମପୁର ନାଁ କିନ୍ତୁ ନ ଥିଲା। ପଦ୍ମପୁର ଅଞ୍ଚଳରେ ୩ ବ୍ଲକ ମରୁଡ଼ି ଅଞ୍ଚଳ, ୫ଟି ଥାନା ଅଛି। ଜିଲ୍ଲା ହେବା ପାଇଁ ଆବଶ୍ୟକ ସବୁ ନିୟମକୁ ଏହା ପାଳନ କରୁଛି। ତେଣୁ ଆମେ ଜିଲ୍ଲା ମାନ୍ୟତା ଦାବି କରୁଛୁ ।

ପଦ୍ମପୁରରେ ନାମାଙ୍କନ ଦାଖଲର ଆସନ୍ତାକାଲି ଶେଷ ଦିନ ଥିବା ବେଳେ ୩ ପ୍ରମୁଖ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ। ଅନ୍ୟପକ୍ଷରେ ଇନପୁଟ ସବସିଡି ଘୋଷଣା କରିବା ଓ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ଦୋଷ ଲଦି ଚାଷୀଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛି ବିଜେଡି ।

Related story