ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ । ସେଥିପାଇଁ ଚନ୍ଦ୍ର ସୂର୍ଯ୍ୟର ମାପଚୂପ କରାଯାଇଛି ।
ପରିଚାଳନା କମିଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ଏକ ମାସ ଭିତରେ ଏହା ନୂତନ ଭାବେ ତିଆରି କରାଯିବ ଏବଂ ଏହି ସୁନା ପ୍ରାୟ ୩୦୦ରୁ ୪୦୦ ଗ୍ରାମ ଓଜନର ହେବ ବୋଲି ଜଣାଯାଇଛି ।
ସେହିପରି ଅନ୍ୟଜଣେ ଭକ୍ତ ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ, ତଡକି, ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାରର ମାଳା ତିଆରି କରି ଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।