ପିଲା ଜନ୍ମ ହେଲେ ଗାଁ ଅପବିତ୍ର ! ଶୁଦ୍ଧ କରିବାକୁ ମାଗିଲେ କୁକୁଡ଼ା, ହାଣ୍ଡିଆ

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ସାଧାରଣତଃ ପିଲା ଜନ୍ମ ହେବା ପରେ ପରିବାରରେ ଖେଳିଯାଏ ଖୁସିର ଲହରି। ପରିବାର ଲୋକଙ୍କ ପାଦ ଖୁସିରେ ତଳେ ଲାଗେନି। ହେଲେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ପୁରୁଣାପାଣି ଗାଁରେ ଦେଖିବାକୁ ମିଳିଛି ଅଜବ ନିୟମ । ପିଲା ଜନ୍ମ ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କାରଣ ଏଥିନିମନ୍ତେ ସେମାନଙ୍କୁ ଗାଁରୁ ବାସନ୍ଦ ହେବାକୁ ପଡ଼ିଛି । ପିଲା ଜନ୍ମ ହେବା ପରେ ଗାଁକୁ ଶୁଦ୍ଧି କରିବା ପାଇଁ ପୂଜା ସାମଗ୍ରୀ ନ […]

couple

Niharika Rout
  • Published: Wednesday, 03 November 2021
  • , Updated: 03 November 2021, 02:08 PM IST

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ସାଧାରଣତଃ ପିଲା ଜନ୍ମ ହେବା ପରେ ପରିବାରରେ ଖେଳିଯାଏ ଖୁସିର ଲହରି। ପରିବାର ଲୋକଙ୍କ ପାଦ ଖୁସିରେ ତଳେ ଲାଗେନି। ହେଲେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ପୁରୁଣାପାଣି ଗାଁରେ ଦେଖିବାକୁ ମିଳିଛି ଅଜବ ନିୟମ । ପିଲା ଜନ୍ମ ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କାରଣ ଏଥିନିମନ୍ତେ ସେମାନଙ୍କୁ ଗାଁରୁ ବାସନ୍ଦ ହେବାକୁ ପଡ଼ିଛି ।

ପିଲା ଜନ୍ମ ହେବା ପରେ ଗାଁକୁ ଶୁଦ୍ଧି କରିବା ପାଇଁ ପୂଜା ସାମଗ୍ରୀ ନ ଦେବାରୁ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ହେଲେ ପରିବାର ଲୋକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ,  ଗାଁର ଜଣେ ମହିଳା ପ୍ରସବ କରିବା ପରେ ଆମ୍ବୁଲାନ୍ସରେ ମେଡିକାଲ ଯାଇଥିଲେ । ତେବେ ଏହି ସମୟରେ ଗାଁ ରାସ୍ତା ଅଶୁଦ୍ଧ ହେବା ଦର୍ଶାଇ ଠାକୁରାଣୀଙ୍କ ପୂଜା ପାଇଁ କୁକୁଡ଼ା, ହାଣ୍ଡିଆ ସହ ପୂଜା ସାମଗ୍ରୀ ଦାବି କରିଥିଲେ ଗ୍ରାମବାସୀ  । ତେବେ ପରିବାର ଲୋକେ ଏହା ନ ଦେବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି  ।

ଏନେଇ ସମ୍ପୃକ୍ତ ପରିବାରର ମୁଖିଆ କହିଛନ୍ତି, ଗ୍ରାମବାସୀ କହିଲେ  ଗାଁରେ ଛୁଆ ଜନ୍ମ ହେଇଛି, ଗାଁ ଅପବିତ୍ର ହୋଇଛି । ଗାଁକୁ ପବିତ୍ର କରିବାକୁ ୩ଟି କୁକୁଡ଼ା, ଗୋଟିଏ ହାଣ୍ଡି ହାଣ୍ଡିଆ, ଚୂନା ଗୁଣ୍ଡ ଦେବାକୁ ପଡ଼ିବ । ମାତ୍ର ମୁଁ ଅସମର୍ଥତା ଜଣାଇବାରୁ ମୋ ସାଙ୍ଗେ ଚଳିବେ ନାହିଁ ବୋଲି ଧମକ ଦେଇଛନ୍ତି।

ଅପରପକ୍ଷେ, ଗ୍ରାମବାସୀ କହିଛନ୍ତି, ଗାଁରେ କୌଣସି ପରିବାରର ପିଲା ହେଲେ ୭ ଦିନ ପରେ ଠାକୁରାଣୀଙ୍କ ନିକଟରେ ମାର୍ଜନା କରାଯିବା ପରଂପରା ରହିଛି । ମାତ୍ର ସଂପୃକ୍ତ ପରିବାର ଲୋକେ ଏହା କରିନାହାନ୍ତି। ତେବେ ବାସନ୍ଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ  । ଏ ନେଇ ଘଷିପୁରା ପୋଲିସ ନିକଟରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ସମାଧାନ ପାଇଁ ଉଦ୍ୟମ ଚଳାଇଛି।

Related story