ଜଳେଶ୍ୱର(ଅଜିତ ଦାସ): ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା । କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା। ଏହି ଦାମୀ ମାଛ ପଶ୍ଚିମବଙ୍ଗ ଦୀଘା ମୁହାଣରୁ ମିଳିଛି । ମାଛର ନାଁ ହେଲା ‘ତେଲିଆ ଭେକ୍ଟି’ । ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ ।
ଆଜି ଦୀଘା ମୁହାଣରେ ମତ୍ସ୍ୟଜୀବୀମାନେ ୨୭ କେଜିର ଏକ ଭେକ୍ଟି ମାଛ ଧରିଥିଲେ । ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି । ଏହି ବିରଳ ଓ ଦାମୀ ମାଛ ଦେଖିବାକୁ ବେଶ୍ ଭିଡ଼ ଜମିଥିଲା ।
ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଏହି ମାଛରୁ ଔଷଧ ତିଆରି ହୋଇଥାଏ । ଫାର୍ମାସ୍ୟୁଟିକାଲ କମ୍ପାନିମାନେ ଅଧିକ ଦାମ୍ ଦେଇ ଏହି ମାଛକୁ କିଣିଥାନ୍ତି ।