ସୁଅ ମୁହଁରେ ସେଲଫି ନେବା ବେଳେ ଭାସିଗଲେ ଯୁବତୀ, ଭିଡିଓ ଭାଇରାଲ

ସୁନ୍ଦରଗଡ଼(ବିଜୟ ବରୁଆଁ): ସୁଅ ମୁହଁରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ  ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ୩ ତାରିଖରେ ଏପରି ଘଟଣା ଘଟିଥିବା ବେଳେ  ମୃତା ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା । ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ନୂଆ […]

selfi

Niharika Rout
  • Published: Monday, 11 January 2021
  • , Updated: 11 January 2021, 12:40 PM IST

ସୁନ୍ଦରଗଡ଼(ବିଜୟ ବରୁଆଁ): ସୁଅ ମୁହଁରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ  ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଗତ ୩ ତାରିଖରେ ଏପରି ଘଟଣା ଘଟିଥିବା ବେଳେ  ମୃତା ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା । ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ନୂଆ ବର୍ଷ ପାଳନ ନିମନ୍ତେ ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ଗତ ୩ ତାରିଖରେ  ବାଲିଶଙ୍କରା ବ୍ଲକ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ। ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା  ଇବ ନଦୀର ସୁଅ ମୁହଁରେ ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ । ଉକ୍ତ ସମୟରେ  ଜଣେ ଯୁବକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ  ଖସି ପଡ଼ିଥିଲେ ।

ସଂପୃକ୍ତ ଯୁବକଙ୍କ ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡ଼ି ଯାଇଥିଲେ । ଦୀର୍ଘ ୨୨ ଘଣ୍ଟାର ସର୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସୂଚନାଯୋଗ୍ୟ, ନିରୂପମାଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା  ମେ’ ମାସରେ ତାଙ୍କ ବିବାହ ହୋଇଥାନ୍ତା। ହେଲେ ତା ପୂର୍ବରୁ ତାଙ୍କ ଜୀବନ ଦୀପ ଲିଭିଗଲା।

Related story