ପୂର୍ବ ପ୍ରେମିକକୁ ତଣ୍ଟିଚିପି ମାରିଦେଲା ପ୍ରେମିକା

ଭୁବନେଶ୍ୱର(ଓଡିଶା ରିପୋର୍ଟର)ପ୍ରେମ ହେଇଥିଲା। ଅନେକ ପ୍ରତିଶ୍ରୁତି ଅନେକ ଭଲପାଇବା ଭିତରେ ଆଗକୁ ଗଡିଚାଲିଲା ସମ୍ପର୍କ। ପାର୍କ, ସିନେମା ହଲ ଆଉ କପି କାଫେରେ ହସିହସି ବିତିଲା ବର୍ଷାଧିକ କାଳ। ଆଉ ଏମିତି ବୁଲାବୁଲି, ଖିଆପିଆ ମନ ପୂରିଗଲା। ପ୍ରେମିକା ଏଥର ନୂଆ ପ୍ରେମିକ ସନ୍ଧାନରେ ରହିଲା। ଭୁବନେଶ୍ୱରେ ପ୍ରେମିକ ମିଳିବା ସେମିତି କିଛି କାଠିକର ପାଠ ନ ଥିଲା ତା ପାଇଁ। ଆଉ ନୂଆ ବୟଫ୍ରେଣ୍ଡ ପାଇବା ପରେ ଉଡିବୁଲିଲା ମୟୁରୀ(ଛଦ୍ମନାମ)। ହେଲେ ପୂର୍ବରୁ ତାକୁ ପ୍ରେମ […]

vv

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 11:13 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର)ପ୍ରେମ ହେଇଥିଲା। ଅନେକ ପ୍ରତିଶ୍ରୁତି ଅନେକ ଭଲପାଇବା ଭିତରେ ଆଗକୁ ଗଡିଚାଲିଲା ସମ୍ପର୍କ। ପାର୍କ, ସିନେମା ହଲ ଆଉ କପି କାଫେରେ ହସିହସି ବିତିଲା ବର୍ଷାଧିକ କାଳ। ଆଉ ଏମିତି ବୁଲାବୁଲି, ଖିଆପିଆ ମନ ପୂରିଗଲା। ପ୍ରେମିକା ଏଥର ନୂଆ ପ୍ରେମିକ ସନ୍ଧାନରେ ରହିଲା। ଭୁବନେଶ୍ୱରେ ପ୍ରେମିକ ମିଳିବା ସେମିତି କିଛି କାଠିକର ପାଠ ନ ଥିଲା ତା ପାଇଁ। ଆଉ ନୂଆ ବୟଫ୍ରେଣ୍ଡ ପାଇବା ପରେ ଉଡିବୁଲିଲା ମୟୁରୀ(ଛଦ୍ମନାମ)। ହେଲେ ପୂର୍ବରୁ ତାକୁ ପ୍ରେମ କରୁଥିବା ପିଲାଟି ତାକୁ ଭୁଲି ପାରି ନ ଥିଲା। ବାରମ୍ବାର ଫୋନ୍‌, ଦେଖାକରିବାକୁ ମେସେଜ୍‌ ପରେ ମେସେଜ୍‌ ଦେଇ ଚାଲିଲା। ଆଉ ଶେଷରେ ଏଥିରେ ଅତିଷ୍ଠ ହୋଇପଡିଲା ମୟୂରୀ।

ଏକ୍ସ ବୟଫ୍ରେଣ୍ଡ ନୂଆ ସମ୍ପର୍କରେ କଣ୍ଟା ହୋଇ ଥିବାରୁ ତାକୁ ବାଟରୁ ହଟାବାକୁ ମୟୂରୀ ରଚିଲା ଷଡ଼ଯନ୍ତ୍ର। ଆଉ ଏଇ ଷଡ଼ଯନ୍ତ୍ରରେ ସାମିଲ ହେଲେ ନୂଆ ବୟଫ୍ରେଣ୍ଡ। ଦୁହେଁ ମିସି ବିଚରା ବିଲାଟାକୁ ତଣ୍ଟିଚିପି ମାରିଦେଲେ।

ରାଜଧାନୀ ଭୁବନେଶ୍ୱରେ ଘଟିଛି ଏହି ଘଟଣା । ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଏହି ଅପରାଧ ଘଟଣାରେ ମୃତ୍ୟୁବରଣ କରିଛନ୍ତି କଟକର ବୈଜୟନ୍ତ ମହାନ୍ତି । ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ଥିଲା ତାଙ୍କର ଥିଲା ପ୍ରେମ  ସମ୍ପର୍କ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଥିଲା । ଏହାପରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇଥିଲେ ସମ୍ପୃକ୍ତା ଯୁବତୀ । ଗତକାଲି ବୈଜୟନ୍ତ ଉଭୟ ଯୁବକ ଏବଂ ଯୁବତୀଙ୍କ ଅଫିସକୁ ଯାଇ ଯୁବତୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ କିଛି ସମୟ ଧରି ୩ ଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଏକ ଗାମୁଛାରେ ସଂପୃକ୍ତ ଯୁବକ ଓ ଅଭିଯୁକ୍ତ ପ୍ରେମିକା ଏକ୍ସ ବୟଫ୍ରେଣ୍ଡ ବୈଜୟନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ଘଟଣା ପରେ ପ୍ରେମିକା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବାବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି।

Related story