ଅସହ୍ୟ ଯନ୍ତ୍ରଣାରେ ଛଟପଟ ବ୍ୟକ୍ତିଙ୍କ ପେଟରୁ ବାହାରିଲା ଗ୍ଲାସ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ। ହେଲେ ଅପରେସନ ପରେ ପେଟ ଭିତରୁ ଛୁଞ୍ଚି କି ପଥର ନୁହେଁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି । ବ୍ୟକ୍ତିଜଣକ ଗୁଜୁରାଟର ସୁରଟକୁ ଯାଇ […]

glass

  • Published: Monday, 22 August 2022
  • , Updated: 22 August 2022, 09:32 AM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ। ହେଲେ ଅପରେସନ ପରେ ପେଟ ଭିତରୁ ଛୁଞ୍ଚି କି ପଥର ନୁହେଁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି ।

ବ୍ୟକ୍ତିଜଣକ ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ   । ପ୍ରାୟ 10 ଦିନ ପୂର୍ବରୁ, ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ  । ପରେ ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା ।

ପୀଡ଼ା ଅସହ୍ୟ ହେବା ପରେ ସେ ଏମକେସିଜି ଡାକ୍ତର ଟିମ ସହ ପରାମର୍ଶ କରିବା ସହ ଘଟଣା ସଂପର୍କରେ କହିଥିଲେ । ଏକ୍ସରେ ପରେ ଏମକେସିଜିର ଡାକ୍ତରୀ ଟିମ୍ ଗତ ୧୯ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରୀ ଟିମ୍‌  ପ୍ରଥମେ ମଳଦ୍ୱାର  ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ  । ମାତ୍ର ବିଫଳ ହେବା ପରେ ପେଟ ଅପରେସନ କରି ତାହାକୁ ବାହାର କରିଥିଲେ । ଅପରେସନ ପରେ ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Related story