ଦାଦନ ଖଟିବାକୁ ବଇନା ନେଇଥିଲେ, ସୁଝି ନ ପାରିବାରୁ ପିଟିପିଟି ମାରିଦେଲେ

ବଲାଙ୍ଗୀର(ସସ୍ମିତା ସାହୁ): ଗାଁକୁ ପହଞ୍ଚିପାରୁନି ସରକାରଙ୍କ ଢୋଳପିଟା ଯୋଜନା । ତେଣୁ ଦାନା ଗଣ୍ଡାକ ପାଇଁ ଦାଦନ ଖଟି ଯାଉଛନ୍ତି ବଲାଙ୍ଗିର ଜିଲ୍ଳାରେ ଲକ୍ଷାଧିକ ଲୋକ। ଖାଲି ସେତିକି ନୁହେଁ ଅବସ୍ଥା ଏମିତି ଯେ, ଦାଦନ ଖଟିବାକୁ ବି ବଇନା ନେଇ ଯିବାକୁ ପଡେ।  କାମ କରି ଟଙ୍କା ସୁଝି ନ ପାରିଲେ, ବନ୍ଧା ପଡନ୍ତି ଲୋକେ। ଦୁର୍ଭାଗ୍ୟକୁ ଯଦି ବନ୍ଧା ହେଲେ, ଆରମ୍ଭ ହୁଏ ନିର୍ଯ୍ୟାତନା। ଏମିତିକି ଏପରି ପରିସ୍ଥିତିରେ ଜୀବନ ମଧ୍ୟ ଚାଲିଯାଏ। ଏପରି […]

Dadan-4 (1) copy

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 10:17 PM IST

ବଲାଙ୍ଗୀର(ସସ୍ମିତା ସାହୁ): ଗାଁକୁ ପହଞ୍ଚିପାରୁନି ସରକାରଙ୍କ ଢୋଳପିଟା ଯୋଜନା । ତେଣୁ ଦାନା ଗଣ୍ଡାକ ପାଇଁ ଦାଦନ ଖଟି ଯାଉଛନ୍ତି ବଲାଙ୍ଗିର ଜିଲ୍ଳାରେ ଲକ୍ଷାଧିକ ଲୋକ। ଖାଲି ସେତିକି ନୁହେଁ ଅବସ୍ଥା ଏମିତି ଯେ, ଦାଦନ ଖଟିବାକୁ ବି ବଇନା ନେଇ ଯିବାକୁ ପଡେ।  କାମ କରି ଟଙ୍କା ସୁଝି ନ ପାରିଲେ, ବନ୍ଧା ପଡନ୍ତି ଲୋକେ। ଦୁର୍ଭାଗ୍ୟକୁ ଯଦି ବନ୍ଧା ହେଲେ, ଆରମ୍ଭ ହୁଏ ନିର୍ଯ୍ୟାତନା। ଏମିତିକି ଏପରି ପରିସ୍ଥିତିରେ ଜୀବନ ମଧ୍ୟ ଚାଲିଯାଏ।

ଏପରି ନିର୍ଯ୍ୟାତନାର କାହାଣୀ ବଲାଙ୍ଗିର ଜିଲ୍ଳାରେ ଏକ ସାଧାରଣ ଘଟଣା।  ଥମୁନି ଦାଦନ ମୃତ୍ୟୁ।  ପୁଣି ଗାଁରେ ପହଞ୍ଚିଛି ଆଉ ଜଣେ ଦାଦନ ଶ୍ରମିକଙ୍କ ଶବ।  ବଲାଙ୍ଗିର ବେଳପଡା ବ୍ଳକ ଉଡିଙ୍ଗ ଗାଁର  ୩୩ ବର୍ଷିୟ ଯୁବକ ରାଧେଶ୍ୟାମ କୁମ୍ଭାର  ଗତ ନୂଆଖାଇ ପରେ ସର୍ଦ୍ଦାରଠୁ ବଇନା ନେଇ ପୁରା ପରିବାର ସହ ଦାଦନ ଖଟିବା ପାଇଁ ଯାଇଥିଲେ ତେଲେଙ୍ଗାନା।  ବାପା, ମା’ ଓ ସ୍ତ୍ରୀ ଇଟାଭାଟିରେ ଇଟା ତିଆରି କରୁଥିବା ବେଳେ, ସେଇଠି ଟ୍ରାକ୍ଟର ଚଲାଉଥିଲେ ରାଧେଶ୍ୟାମ।  କିଛି ଦିନ ପୂର୍ବରୁ ଗାଁକୁ ଫେରିଥିଲେ ବାପା, ମା’ ଓ ସ୍ତ୍ରୀଙ୍କ ସହିତ ରାଧେଶ୍ୟାମଙ୍କ ଦୁଇଟି ଛୋଟ ଝିଅ।  କିନ୍ତୁ ଫେରିନଥିଲେ ରାଧେଶ୍ୟାମ।  କାରଣ ଇଟାଭାଟି ମାଳିକର ହିସାବ କହୁଥିଲା, ରାଧେଶ୍ୟାମ ଉପରେ ବଇନାର ବୋଝ ଅଛି।  ତେଣୁ କାମ କରି ଟଙ୍କା ସୁଝିଲେ ଯାଇ ଘରକୁ ଯିବ।  କିନ୍ତୁ ଟଙ୍କା ସୁଝି ନ ପାରିବାରୁ ତାଙ୍କ ଉପରେ ଆରମ୍ଭ ହେଲା ନିର୍ଯ୍ୟାତନା।  ଶେଷରେ ସେଇଠି ତାଙ୍କୁ ପିଟି ପିଟି ମାରି ଦିଆଯାଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସ୍ଥାନୀୟ ଅଞ୍ଚଳର ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ହସ୍ତକ୍ଷେପ ଫଳରେ ରାଧେଶ୍ୟାମଙ୍କ ଶବ ଫେରିଛି ଗାଁକୁ। ଆଉ ଏବେ ରାଧେଶ୍ୟାମଙ୍କ ପରିବାର ପାଇଁ ସାହା କେହି ନାହିଁ। ବଡପୁଅର ମତ୍ୟୁରେ ଗାଁ ଦାଣ୍ଡରେ ଛାତି ବିଦାରି କାନ୍ଦୁଛି ମା’। ଯାହାକୁ ଦେଖି କେହି ବି ସହି ପାରିବେନି।

ଆଉ ଇଏ ବି ହେଉଛି ଗତ କିଛି ଦିନ ତଳର କଥା।  ବଲାଙ୍ଗିର ଉପକଣ୍ଠ ବିରମୁଣ୍ଡା ଗାଁରେ ପହଞ୍ଚିଥିଲା ଦାଦନ ଶ୍ରମିକ ଅର୍ନ୍ତଯ୍ୟାମୀ ବାଗଙ୍କ ଶବ।  ଅଭାବୀ ପରିବାରରେ ଭଉଣୀର ବାହାଘର ଋଣ ସୁଝିବା ସହିତ ପଲିଥିନ ଛପର ଘରକୁ ଛପର କରିବା ପାଇଁ, ଦାଦନ ଖଟି ଯାଇଥିଲେ ଅର୍ନ୍ତଯ୍ୟାମୀ।  କିନ୍ତୁ ବିଶାଖାପଟନମରୁ ଚେନ୍ନାଇ ଯାଉଥିବା ସମୟରେ, ଟ୍ରେନରୁ ପଡି ଅର୍ନ୍ତଯ୍ୟାମୀଙ୍କ ମୃତ୍ୟୁ ହୋଇଥିଲା।  ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଏବେ ବେସାହାରା ପୂରା ପରିବାର।  ଅର୍ନ୍ତଯ୍ୟାମୀଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ଥିବା ବେଳେ, ରାଧେଶ୍ୟାମଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା, ଆଉ ଏସଂର୍ପକରେ ଦୁଇଜଣଙ୍କୁ ତେଲେଙ୍ଗାନା ପୋଲିସ ଅଟକ ରଖିଥିବା କହିଛନ୍ତି ଶବ ଆଣିବାକୁ ଯାଇଥିବା ରାଧେଶ୍ୟାମଙ୍କ ସମ୍ପର୍କିୟ।

Related story