ସକାଳୁ ସକାଳୁ ଲାଗିଲା କଳି; ନଦୀକୁ ଡେଇଁ ପଡ଼ିଲେ ମହିଳା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରୋଇ କଳିରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଲେ ମହିଳା। ଏପରିକି ଆଜି ସକାଳୁ ବ୍ରାହ୍ମଣୀ ନଦୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏପରି  ଅଭାବନୀୟ ଘଟଣା ଆଜି ସକାଳୁ ରାଉରକେଲାରେ ଘଟି ଯାଇଛି। ଗୁରୁତର ଥିବା ମହିଳାଜଣକ ହେଲେ ସୁଧା ଲୋହାର। ସୂଚନା ଅନୁଯାୟୀ, ସୁଧା ଲୋହାର ନିଜ ସ୍ୱାମୀ ମନୋଜ ଲୋହାରଙ୍କ ସହ ବ୍ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି । […]

woman

Niharika Rout
  • Published: Thursday, 22 April 2021
  • , Updated: 22 April 2021, 10:54 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରୋଇ କଳିରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଲେ ମହିଳା। ଏପରିକି ଆଜି ସକାଳୁ ବ୍ରାହ୍ମଣୀ ନଦୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏପରି  ଅଭାବନୀୟ ଘଟଣା ଆଜି ସକାଳୁ ରାଉରକେଲାରେ ଘଟି ଯାଇଛି। ଗୁରୁତର ଥିବା ମହିଳାଜଣକ ହେଲେ ସୁଧା ଲୋହାର।

ସୂଚନା ଅନୁଯାୟୀ, ସୁଧା ଲୋହାର ନିଜ ସ୍ୱାମୀ ମନୋଜ ଲୋହାରଙ୍କ ସହ ବ୍ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି ।  ଗୁରୁବାର ସକାଳେ  କୌଣସି କାରଣରୁ ଘରେ କଳି ଲାଗିବାରୁ ସୁଧା ଘରୁ ବାହାରି ପଳାଇ ଆସିଥିଲେ। ଏହାପରେ ଉତ୍ତ୍ୟକ୍ତ ମହିଳାଜଣକ ରାଉରକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।   ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର  ଥିବା ଜଣାଯାଇଛି।

[caption id="attachment_637609" align="aligncenter" width="650"] ଆମ୍ବୁଲାନ୍ସରେ ଗୁରୁତର ମହିଳାଙ୍କୂ ହସ୍ପିଟାଲ ନିଆଯାଉଛି।[/caption]

ପରିବାର ଲୋକ ସୁଧାଙ୍କୁ  ନ ପାଇ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ଖବର ପାଇ ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି। ପୁଲିସ୍‌ ସୁଧାଙ୍କ ସମେତ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Related story