ଧୋକା ଦେଲା ସାଇକେଲ୍‌ ! ପରୀକ୍ଷା ଦେବାକୁ ମିଳିଲାନି ଅନୁମତି

ସୋନପୁର (ରବୀନ୍ଦ୍ର ହୋତା): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହେବାରୁ ଆଜି ଜଣେ ଛାତ୍ର ମ୍ୟାଟ୍ରିକ୍ ପରୀକ୍ଷା ଦେଇପାରିନାହାନ୍ତି। ସେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରୁ ସୁପରିଣ୍ଟେଣ୍ଡେଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିବା ଛାତ୍ର ଜଣଙ୍କ  ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଲୁତୁରପଙ୍କ କେନ୍ଦ୍ରରେ। ଏହି ଛାତ୍ରଙ୍କ ନାଁ ଜିତୁ କର୍ମୀ। ସେ ଅମରପାଲି ହାଇସ୍କୁଲର ଛାତ୍ର। ଜିତୁଙ୍କ କହିବା ଅନୁଯାୟୀ, ଆଜି ସକାଳେ […]

student1

Tapaswini Nayak
  • Published: Wednesday, 26 February 2020
  • , Updated: 26 February 2020, 02:49 PM IST

ସୋନପୁର (ରବୀନ୍ଦ୍ର ହୋତା): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହେବାରୁ ଆଜି ଜଣେ ଛାତ୍ର ମ୍ୟାଟ୍ରିକ୍ ପରୀକ୍ଷା ଦେଇପାରିନାହାନ୍ତି। ସେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରୁ ସୁପରିଣ୍ଟେଣ୍ଡେଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିବା ଛାତ୍ର ଜଣଙ୍କ  ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଲୁତୁରପଙ୍କ କେନ୍ଦ୍ରରେ।

ଏହି ଛାତ୍ରଙ୍କ ନାଁ ଜିତୁ କର୍ମୀ। ସେ ଅମରପାଲି ହାଇସ୍କୁଲର ଛାତ୍ର। ଜିତୁଙ୍କ କହିବା ଅନୁଯାୟୀ, ଆଜି ସକାଳେ ସେ ପରୀକ୍ଷା ଦେବାକୁ ଘରୁ ବାହାରିଥିଲେ। ତେବେ ବାଟରେ ତାଙ୍କ ସାଇକେଲ୍‌ର ଚକା ଫାଟି ଯିବାରୁ ପରୀକ୍ଷା କେନ୍ଦ୍ରରେ ୨୦ ମିନିଟ୍‌ ବିଳମ୍ବ ପହଞ୍ଚିଥିଲେ। ତେଣୁ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କ ଠାରୁ ଏକ ଦରଖାସ୍ତ ଲେଖାଇନେବା ସହ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିଲେ।

ଚଳିତ ମ୍ୟାଟ୍ରିକ୍ ପରୀକ୍ଷାରେ ଆଜି ଗଣିତ ଥିଲା। ତେବେ ଜିତୁ ଗଣିତ ପରୀକ୍ଷା ଦେଇନପାରି ନିରାଶ ହୋଇ ଫେରି ଯାଇଥିଲେ। ଏହି ଘଟଣା ନେଇ ସୁପରିଣ୍ଟେଣ୍ଡେଣ୍ଟଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Related story