ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଭାଇ ନାଁରେ ଥାନାରେ ଅଭିଯୋଗ କରିବାକୁ ଯାଉଥିଲା ଭଉଣୀ। ହେଲେ ସେ ଥାନାରେ ପହଞ୍ଚି ପାରିଲେ ନାହିଁ। ଥାନା ଗେଟ୍ ସମ୍ମୁଖରେ ହିଁ ତାଙ୍କୁ ମାରି ଦେଲା ଭାଇ। ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନାରେ।
ମୃତ ମହିଳାଙ୍କ ନାଁ କୁମାରୀ ମେହେର। ତାଙ୍କ ଘର ଲୁଇସିଂ ଗାଁରେ। କାକା ପୁଅ ଭାଇ କ୍ଷୀରୋଦ ରୋହିଦାସଙ୍କ ସହିତ ତାଙ୍କ ଝଗଡ଼ା ହୋଇଥିଲା। ଏହାକୁ ନେଇ ସେ କ୍ଷୀରୋଦଙ୍କ ବିରୋଧରେ ଅଭିଯୋଗ କରିବାକୁ କିସିଣ୍ଡା ଥାନାକୁ ଯାଉଥିଲେ। ତେବେ କ୍ଷୀରୋଦ ତାଙ୍କର ପିଛା କରିଥିଲେ। ସେ ଭଉଣୀ କୁମାରୀ ମେହେରଙ୍କୁ ଥାନା ଗେଟ୍ ସାମ୍ନାରେ ଟାଙ୍ଗିଆରେ ହାଣି ଦେଇଥିଲେ।
କୁମାରୀ ମେହେରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କ୍ଷୀରୋଦ ଫେରାର ହୋଇଯାଇଛନ୍ତି। ସେ ଟାଙ୍ଗିଆଟିକୁ ଘଟଣାସ୍ଥଳରେ ଛାଡ଼ି ଦେଇଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଚାଲିଛି ବୋଲି ରେଢ଼ାଖୋଲ ଏସ୍ଡିପିଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।
Crime
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ
ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ
Crime
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।
Crime
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।
Crime
ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍
ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।