ଫୋନ୍‌ ନ ଧରିବାରୁ ମହିଳାଙ୍କ ବେକ କାଟିଲେ ପ୍ରେମିକ

ଛତ୍ରପୁର(ଆଲୋକ ଗୌଡ଼):  ଅନୈତିକ ସଂପର୍କକୁ ନେଇ ଆରମ୍ଭ ହୋଇଥିବା ପ୍ରେମ କେବେ ବି ସଫଳ ହୋଇପାରେନାହିଁ। ଏହାର କରୁଣ ପରିଣତି ଉଭୟଙ୍କୁ ଭୋଗିବାକୁ ପଡ଼ିଥାଏ।  ଏଭଳି ଏକ ଅନୈତିକ  ପ୍ରେମ ସଂପର୍କକୁ  ନେଇ  ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବାଲିପଦର  ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅର ବେକ କାଟି ଦେଇ ଗିରଫ ହୋଇଛି ତଥାକଥିତ ପ୍ରେମିକ  । ମିଳିଥିବା ସୂଚନା ଅନୁଯାୟୀ,  ଅଭିଯୁକ୍ତ ରୂପ ନାରାୟଣ ଦଳବେହେରାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ।   ରୂପ […]

Knife-attack

Niharika Rout
  • Published: Tuesday, 06 October 2020
  • , Updated: 06 October 2020, 02:41 PM IST

ଛତ୍ରପୁର(ଆଲୋକ ଗୌଡ଼):  ଅନୈତିକ ସଂପର୍କକୁ ନେଇ ଆରମ୍ଭ ହୋଇଥିବା ପ୍ରେମ କେବେ ବି ସଫଳ ହୋଇପାରେନାହିଁ। ଏହାର କରୁଣ ପରିଣତି ଉଭୟଙ୍କୁ ଭୋଗିବାକୁ ପଡ଼ିଥାଏ।  ଏଭଳି ଏକ ଅନୈତିକ  ପ୍ରେମ ସଂପର୍କକୁ  ନେଇ  ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବାଲିପଦର  ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅର ବେକ କାଟି ଦେଇ ଗିରଫ ହୋଇଛି ତଥାକଥିତ ପ୍ରେମିକ  ।

ମିଳିଥିବା ସୂଚନା ଅନୁଯାୟୀ,  ଅଭିଯୁକ୍ତ ରୂପ ନାରାୟଣ ଦଳବେହେରାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ।   ରୂପ ନାରାୟଣ  ଢେଙ୍କାନାଳ ଜିଲ୍ଲାର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସେଠାରେ କାମ କରୁଥିଲେ।  ସେ ନିଜ ସ୍ତ୍ରୀ, ପିଲାଙ୍କ ସହ ସେଠାରେ ରହୁଥିଲେ।  ସେଠାରେ ରୂପ ନାରାୟଣ   ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚରୁ ମହିଳାଜଣକ ନିଜ ପୁଅ ସହ ଆସି ଶାଶୁ ଘରେ ରହୁଥିବା ବେଳେ ତାଙ୍କ ସ୍ୱାମୀ କାମ ନିମନ୍ତେ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ମହିଳାଜଣକ ରୂପ ନାରାୟଣଙ୍କ ଫୋନ୍‌ ନ ଉଠାଇବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଗତକାଲି ତାଙ୍କ ଶାଶୁ ଘରେ ପହଞ୍ଚିଥିଲେ।

ସେଠାରେ ମହିଳାଙ୍କ ସହ ଉଚ୍ଚବାଚ ହେବାରୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ପ୍ରଥମେ ମହିଳା ଓ ପରେ ତାଙ୍କ  ୭ ବର୍ଷ ପୁଅର ବେକ କାଟିଥିଲେ। ମା’ ପୁଅଙ୍କ ଚିତ୍କାର ଶୁଣି ସାହିପଡ଼ିଶା ପହଞ୍ଚିଯିବାରୁ ସେ ନିଜ ବେକ କାଟିବାକୁ ଉଦ୍ୟତ ହେଉଥିଲେ। ଏହି ସମୟରେ ଗ୍ରାମବାସୀମାନେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଛେଚିବା ପରେ ବୁଗୁଡ଼ା ପୁଲିସ୍‌ ପହଞ୍ଚି ତାଙ୍କୁ ଗିରଫ କରିଥିବା ଜଣାଯାଇଛି।

Related story