ପିଲା ଚୋର ଭାବି ପିଟିଲେ, ପୋଲିସ ନେଲା ଡାକ୍ତରଖାନା

କେନ୍ଦୁଝର(ପ୍ରଣୟ ପାଣି): କାମ ଦେଉନି ସଚେତନତା । ପିଲା ଚୋରି ସନ୍ଦେହରେ ପୁଣି ନିର୍ଯାତନା ଭୋଗୁଛନ୍ତି ସାଧାରଣ ଲୋକେ। କେନ୍ଦୁଝର ଜିଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଶନିବାର। ଆନନ୍ଦପୁର ବଣିଆଯୋଡ଼ି ଗାଁରେ ଜଣେ ଯୁବକ ବୁଲୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ। ତାଙ୍କୁ ପିଲାଚୋର ଭାବି ଗ୍ରାମବାସୀ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରି ପକାଇଥିଲେ। ସେ ପିଲାଚୋର ନୁହନ୍ତି ବୋଲି ଯେତେ କହିଥିଲେ ବି କେହି ଶୁଣି ନ ଥିଲେ। ଗୁରୁତର […]

pila chora

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 07:53 PM IST

କେନ୍ଦୁଝର(ପ୍ରଣୟ ପାଣି): କାମ ଦେଉନି ସଚେତନତା । ପିଲା ଚୋରି ସନ୍ଦେହରେ ପୁଣି ନିର୍ଯାତନା ଭୋଗୁଛନ୍ତି ସାଧାରଣ ଲୋକେ। କେନ୍ଦୁଝର ଜିଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଶନିବାର। ଆନନ୍ଦପୁର ବଣିଆଯୋଡ଼ି ଗାଁରେ ଜଣେ ଯୁବକ ବୁଲୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ। ତାଙ୍କୁ ପିଲାଚୋର ଭାବି ଗ୍ରାମବାସୀ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରି ପକାଇଥିଲେ। ସେ ପିଲାଚୋର ନୁହନ୍ତି ବୋଲି ଯେତେ କହିଥିଲେ ବି କେହି ଶୁଣି ନ ଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଆନନ୍ଦପୁର ପୋଲିସ। ଯୁବକଙ୍କ ପରିଚୟ ମିଳିପାରିନାହିଁ । ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣ ଯୁବକ ବଣିଆଯୋଡ଼ି ଗାଁରେ ବୁଲୁଥିଲେ। ଗାଁ ଲୋକେ ସେମାନଙ୍କ ପରିଚୟ ପଚାରିବାରୁ ୨ ଜଣ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଧରା ପଡିଥିବା ଏହି ଯୁବକଙ୍କୁ ପ୍ରବଳ ମାଡ଼ ମାରାଯାଇଥିଲା।

Related story