କାହିଁକି ଛେଳି ହଜେଇଲୁ କହିବାରୁ ବାପାକୁ ପିଟି ହତ୍ୟା କଲା ପୁଅ

ବଣାଇ(ଓଡ଼ିଶା ରିପୋର୍ଟର): କାହିଁକି ଛେଳି ହଜେଇଲୁ କହିବାରୁ ବାପାକୁ ପିଟି ହତ୍ୟା କଲା ପୁଅ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା। ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିବା ପରେ ଛେଳି ଗଣିବା ବେଳେ ଗୋଟିଏ ଛେଳି କମ୍ ଥିବା ଦେଖିବାକୁ ପାଇଥିଲେ। ଛେଳି ହଜି ଯିବାକୁ ନେଇ […]

death

  • Published: Tuesday, 25 October 2022
  • , Updated: 25 October 2022, 08:45 PM IST

ବଣାଇ(ଓଡ଼ିଶା ରିପୋର୍ଟର): କାହିଁକି ଛେଳି ହଜେଇଲୁ କହିବାରୁ ବାପାକୁ ପିଟି ହତ୍ୟା କଲା ପୁଅ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା।

ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିବା ପରେ ଛେଳି ଗଣିବା ବେଳେ ଗୋଟିଏ ଛେଳି କମ୍ ଥିବା ଦେଖିବାକୁ ପାଇଥିଲେ। ଛେଳି ହଜି ଯିବାକୁ ନେଇ ତାଙ୍କୁ ବାପା ଭୁବନ ମୁଣ୍ଡା ତାଗିଦ୍ କରିଥିଲେ। ଯାହାକୁ ଦେଇ ଦୁଇ ଜଣକ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏହି ସମୟରେ ଆକାଶ ରାଗି ଯାଇ ଏକ ବାଡ଼ି ଆଣି ବାପା ଭୁବନଙ୍କୁ ପିଟି ଥିଲେ। ସାହିପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ଆକାଶଙ୍କୁ କାବୁ କରିଥିଲେ। ପରେ ଗୁରୁତର ଭୁବନଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଡାକ୍ତରଖାନକୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିବାର କିଛି ଘଣ୍ଟା ପରେ ତାଙ୍କର  ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

Related story