ମାଛ ଧରିବାକୁ ଯାଇ ଡ୍ୟାମରେ ବୁଡ଼ିଗଲେ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଗାଁ ପାଖ ଡ୍ୟାମକୁ ମାଛ ଧରିବାକୁ ଯାଇ ବୁଡ଼ିଗଲେ। ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସମରସିଂ ଗାଁର ସୁରେଶ ସିଂ ଝାରମାଝୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ସମରସିଂ ଗାଁ ନିକଟସ୍ଥ ଏକ ଡ୍ୟାମରେ। ଏହି ଗାଁର ସୁରେଶ ସିଂ ଝାରମାଝୀ ରାତ୍ର ସମୟରେ ନିଜ ସ୍ତ୍ରୀ ସହ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପାଇଁ […]

kanta

Ranjit Kumar Jena
  • Published: Thursday, 11 June 2020
  • , Updated: 11 June 2020, 05:01 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଗାଁ ପାଖ ଡ୍ୟାମକୁ ମାଛ ଧରିବାକୁ ଯାଇ ବୁଡ଼ିଗଲେ। ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସମରସିଂ ଗାଁର ସୁରେଶ ସିଂ ଝାରମାଝୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ସମରସିଂ ଗାଁ ନିକଟସ୍ଥ ଏକ ଡ୍ୟାମରେ।

ଏହି ଗାଁର ସୁରେଶ ସିଂ ଝାରମାଝୀ ରାତ୍ର ସମୟରେ ନିଜ ସ୍ତ୍ରୀ ସହ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପାଇଁ ସେ ଡ୍ୟାମର ପାଣି ଭିତରକୁ ଯାଇଥିବା ବେଳେ ଆଉ ଫେରିନଥିଲେ। ସୁରେଶ ପାଣିରୁ ନଫେରିବାରୁ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ତୁରେକେଲା ଥାନା ଆଇଆଇସି କମଳ ଲୋଚନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ପାଣି ଭିତରେ ବହୁତ ଖୋଜା ଖୋଜି କରିବା ପରେ ପ୍ରାୟ ଚାରି ଘଣ୍ଟା ପରେ ସୁରେଶଙ୍କ ଶବ ଉଦ୍ଧାର କରିଥିବା କଣ୍ଟାବାଞ୍ଜି ଅଗ୍ନିଶମ ଅଧିକାରୀ ଅସିତ ଜେନା କହିଛନ୍ତି। ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା।

Related story