କୁମ୍ଭୀର ଟାଣି ନେଇଥିଲା,ବଞ୍ଚାଇ ଦେଲେ ଦୁଇ ମହିଳା

Ordigital Desk
  • Published: Wednesday, 06 June 2018
  • , Updated: 06 June 2018, 12:10 PM IST
<p>କେନ୍ଦ୍ରପଡ଼ା(ପ୍ରଭାତ ପରିଡ଼ା): ଭାଗ୍ୟ ଭଲ ଥିଲା। କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ଟୁବିରରେ ଘଟିଛି ଏହି ଘଟଣା। ଯୁବକ ଜଣଙ୍କ ହେଲେ କିଣା ମଣ୍ଡଳ। ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ତାଙ୍କୁ ରାମନଗର ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା। ଏବେ କିଣାଙ୍କ ଅବସ୍ଥା ଭଲ ଅଛି।</p> <p>କିଣା ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ୍&zwnj; ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି ତାଙ୍କୁ ପାଣିରେ ୧୦ରୁ ୧୨ ଫୁଟ୍&zwnj; ଟାଣି ନେଇଥିଲା। କୁମ୍ଭୀର କିଣାଙ୍କ ହାତକୁ ଟାଣି ନେଉଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଜଣ ମହିଳା ଦେଖିଥିଲେ। ସେମାନେ ଦୌଡ଼ି ଆସି କୁମ୍ଭୀର ଉପରକୁ ଟେକା,ପଥର ପକାଇଥିଲେ। ଏହାପରେ କୁମ୍ଭୀରଟି କିଣାଙ୍କୁ ଛାଡ଼ି ପଳାଇ ଯାଇଥିଲା। କୁମ୍ଭୀର ମୁହଁରୁ &nbsp;କିଣା ଅଳ୍ପକେ ବର୍ତ୍ତି ଯାଇଥିଲେ।</p> <p>ଏହି ନାଳଟି ଭିତରକନିକା ସହ ସଂଯୋଗ କରୁଥିବାରୁ ବହୁତ ସମୟରେ ଲୋକେ କୁମ୍ଭୀର ଆକ୍ରମଣରେ ଶିକାର ହେଉଛନ୍ତି।</p>

Related story