ବାପଘରୁ ଫେରିଲେନି ପତ୍ନୀ, ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ ସ୍ୱାମୀ

ରେଢାଖୋଲ(ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ କଳହ ନେଲା ଉଗ୍ର ରୂପ । ରାଗରେ ଶ୍ୱଶୁର ଘରକୁ ଚାଲି ଯାଇଥିବା ପତ୍ନୀ ଘରକୁ ଫେରିବାକୁ ମନା କରିବାରୁ ସ୍ୱାମୀ ଘଟାଇଲେ ଅଜବ କାଣ୍ଡ । ଶ୍ୱଶୁର ଘରୁ ଖାଲି ହାତରେ ଫେରିବା ଯୋଗୁ ମାନସିକ ରୂପେ ଭାଙ୍ଗି ଯାଇଥିବା ସ୍ୱାମୀ ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଗଲେ । ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ […]

rescue operation

Niharika Rout
  • Published: Monday, 04 July 2022
  • , Updated: 04 July 2022, 01:00 PM IST

ରେଢାଖୋଲ(ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ କଳହ ନେଲା ଉଗ୍ର ରୂପ । ରାଗରେ ଶ୍ୱଶୁର ଘରକୁ ଚାଲି ଯାଇଥିବା ପତ୍ନୀ ଘରକୁ ଫେରିବାକୁ ମନା କରିବାରୁ ସ୍ୱାମୀ ଘଟାଇଲେ ଅଜବ କାଣ୍ଡ । ଶ୍ୱଶୁର ଘରୁ ଖାଲି ହାତରେ ଫେରିବା ଯୋଗୁ ମାନସିକ ରୂପେ ଭାଙ୍ଗି ଯାଇଥିବା ସ୍ୱାମୀ ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଗଲେ । ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଖଣ୍ଡହତାରେ ଘଟିଛି।

ଅନୁଗୁଳ ଜିଲ୍ଲା କଣିହା ଥାନା ହନୁମାନପୁର ଆକାଶ ନାୟକ ୭ ବର୍ଷ ପୂର୍ବେ ରେଢାଖୋଲ ଥାନା ଯୁବରାଜପୁର ଗାଁର କୁନି ନାୟକଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ପୁଅ ଅଛନ୍ତି। ଆକାଶ ଟ୍ରକ୍‌ ଡ୍ରାଇଭର ଭାବେ କାମ କରି ପରିବାର ଚଳାନ୍ତି। ପତିପତ୍ନୀଙ୍କ ମଧ୍ୟରେ ପ୍ରାୟତଃ ସବୁବେଳେ ଝଗଡ଼ା ଲାଗିଥାଏ।  ଉଭୟଙ୍କ ଝଗଡ଼ା ଉଗ୍ର ରୂପ ଧାରଣ କରିବାରୁ କୁନି ନିଜ ୨ ପିଲାଙ୍କୁ ଧରି ପ୍ରାୟ ୩ ଦିନ ହେବ ବାପ ଘରକୁ ପଳାଇ ଯାଇଥିଲେ।

ତାଙ୍କୁ ଘରକୁ ଫେରାଇ ଆଣିବାକୁ ଆକାଶ ଆଜି ସକାଳେ ଶ୍ୱଶୁର ଘରେ ପହଞ୍ଚିଥିଲେ। ମାତ୍ର ଆଉ ଘରକୁ ଫେରିବେନି ବୋଲି ରୋକଠୋକ ଶୁଣାଇ ଦେଇଥିଲେ କୁନି। ପତ୍ନୀଙ୍କ କଥାରେ ନିରାଶ ହୋଇ ଆକାଶ ଆଜି ସକାଳୁ ନିଜ ଘରକୁ ଫେରୁଥିଲେ।  ମାତ୍ର କିଛି ବାଟ ଆସିବା ପରେ ଖଣ୍ଡହତାଠାରେ ସେ ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହାଦେଖି ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇ ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଥିଲେ। ଏପରିକି ତାଙ୍କ ପରିବାର ଲୋକେ ଓ ଶ୍ୱଶୁର ଘର ଲୋକେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ନିଜ ଜିଦ୍‌ରେ ଅଟଳ ଥିବା ଆକାଶ ତଳକୁ ଓହ୍ଲାଇବାକୁ ରାଜି ହୋଇ ନ ଥିଲେ।  ପ୍ରାୟ ୪ ଘଣ୍ଟାର କସରତ ପରେ ଅଗ୍ନିଶମ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।  ଏହାପରେ ତୁରନ୍ତ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।

Related story