ରାତିରେ ଜେରା ହେଲା, ସକାଳେ ଥାନା ଗାଡ଼ି ଧରି ଚମ୍ପଟ୍‌ ମାରିଲା ଯୁବକ!

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ରାତିରେ ବୁଲୁଥିଲା ବୋଲି ଜଣେ ଯୁବକକୁ ପୁଲିସ ଥାନାକୁ ଆଣିଥିଲା। ରାତି ସାରା ତାକୁ ଜେରା କରି ସକାଳେ ଛାଡ଼ିଦେଇଥିଲା। ହେଲେ ସକାଳେ ଗଲା ବେଳେ ଯୁବକ ଜଣକ ଥାନା ପରିସରରେ ଥିବା ଥାନା ଗାଡ଼ି ଧରି ଚମ୍ପଟ ମାରିଲା। ଆଜି ଏପରି ଘଟଣା ଢେଙ୍କାନା ଜିଲ୍ଲାରେ ଘଟିଛି। ଏଥିପାଇଁ ବହେ ଝାଳନାଳ ହେଲା ଢ଼େଙ୍କାନାଳ ସଦର ଥାନା ପୁଲିସ୍‌। ଶେଷରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ମଙ୍ଗଳବାର ରାତିରେ […]

Dhenkanal

Manoranjan Sial
  • Published: Wednesday, 15 September 2021
  • , Updated: 15 September 2021, 06:27 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ରାତିରେ ବୁଲୁଥିଲା ବୋଲି ଜଣେ ଯୁବକକୁ ପୁଲିସ ଥାନାକୁ ଆଣିଥିଲା। ରାତି ସାରା ତାକୁ ଜେରା କରି ସକାଳେ ଛାଡ଼ିଦେଇଥିଲା। ହେଲେ ସକାଳେ ଗଲା ବେଳେ ଯୁବକ ଜଣକ ଥାନା ପରିସରରେ ଥିବା ଥାନା ଗାଡ଼ି ଧରି ଚମ୍ପଟ ମାରିଲା। ଆଜି ଏପରି ଘଟଣା ଢେଙ୍କାନା ଜିଲ୍ଲାରେ ଘଟିଛି। ଏଥିପାଇଁ ବହେ ଝାଳନାଳ ହେଲା ଢ଼େଙ୍କାନାଳ ସଦର ଥାନା ପୁଲିସ୍‌। ଶେଷରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି।

ମଙ୍ଗଳବାର ରାତିରେ ଟାଉନ୍‌ ଥାନା ପୁଲିସ ପାଟ୍ରୋଲିଂ କରିବାକୁ ଯାଇଥିଲା। ସେହି ସମୟରେ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୁଲୁଥିବା ଦେଖିବାକୁ ପାଇଥିଲା ପୁଲିସ। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ମାନସିକ ବିକୃତ ବୋଲି ଜଣିବାକୁ ପାଇଥିଲା ପୁଲିସ। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍‌ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଧର୍ମେନ୍ଦ୍ର ଥାନା ଗାଡ଼ି ଧରି ଚମ୍ପଟ ମାରିଥିଲେ। ଏହା ପରେ ହତବାକ ହୋଇଯାଇଥିଲା ପୁଲିସ। ଗାଡ଼ିଟି କଟକ ଅଭିମୁଖେ ଯାଉଥିବା ଦେଖି ସବୁ ଥାନାକୁ ଆଲର୍ଟ କରାଯାଇଥିଲା। ଏପରିକି ଟାଉନ୍‌ ଥାନାର ପାଟ୍ରୋଲିଂ ଗାଡ଼ି ପିଛା କରିଥିଲା। ଶେଷରେ ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗାଡ଼ିକୁ କାବୁ କରିବାରେ ସଫଳ ହୋଇଥିଲା।

ଧର୍ମେନ୍ଦ୍ରଙ୍କୁ ଟାଉନ୍‌ ଥାନାରେ ଏବେ ଜେରା ଚାଲିଛି। ସେ ପ୍ରକୃତରେ ମାନସିକ ବିକାର ଗସ୍ତ ନା ଅଭିନୟ କରୁଛି, ତାହା ଉପରେ ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି। ତେବେ ଯାହା ହେଉନା କାହିଁକି ଥାନା ପରିସରରୁ ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଆଜି ଦିନ ତମାମ ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Related story