ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ନାବାଳକ

ସମ୍ବଲପୁର (ସଞ୍ଜୟ ଜେନା): ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ। ଏଭଳି ଏକ ଘଟଣା ଘଟିଛି ବୁର୍ଲା ସ୍ଥିତ ପାୱାର ଚାନେଲରେ। ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର। ତା’ ଘର ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ। ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା ବେଳେ କୌଣସି କାରଣରୁ ଭାସି ଯାଇଥିଲା। ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ଭାସି ଯାଇଥିବା କୁହାଯାଉଛି। ଘଟଣା […]

Power channel

Jitendra Garnayak
  • Published: Sunday, 09 January 2022
  • , Updated: 09 January 2022, 01:04 PM IST

ସମ୍ବଲପୁର (ସଞ୍ଜୟ ଜେନା): ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ। ଏଭଳି ଏକ ଘଟଣା ଘଟିଛି ବୁର୍ଲା ସ୍ଥିତ ପାୱାର ଚାନେଲରେ।

ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର। ତା’ ଘର ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ। ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା ବେଳେ କୌଣସି କାରଣରୁ ଭାସି ଯାଇଥିଲା। ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ଭାସି ଯାଇଥିବା କୁହାଯାଉଛି।

ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

Related story