ଛଣାଛଣି କରୁଥିଲେ ବାପା, ଗରମ ତେଲ କଢ଼େଇରେ ପଡ଼ିଗଲେ ନାବାଳିକା ଝିଅ

ଆନନ୍ଦପୁର(ମୁନା ସିଂ) : ବାପା ନିଜ ଦୋକାନରେ ଛଣାଛଣି କରି ଗରମାଗରମ ଜିନିଷ ଗରାଖଙ୍କୁ ପରସି ଦେଉଥିଲେ। ଏହି ସମୟରେ ତାଙ୍କ ପାଖରେ ଥିବା ୧୦ ବର୍ଷୀୟା ନାବାଳିକା ଝିଅଟି ଅସାବଧାନତା ହେତୁ ଗରମ ତେଲ କଢ଼େଇରେ ପଡ଼ିଗଲା । ନାବାଳିକାଟିର ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏପରି ହୃଦୟ ବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଲପାଳ ଗାଁରେ ଘଟିଛି। ଖାଲପାଳ […]

oil

  • Published: Tuesday, 03 January 2023
  • , Updated: 03 January 2023, 02:09 PM IST

ଆନନ୍ଦପୁର(ମୁନା ସିଂ) : ବାପା ନିଜ ଦୋକାନରେ ଛଣାଛଣି କରି ଗରମାଗରମ ଜିନିଷ ଗରାଖଙ୍କୁ ପରସି ଦେଉଥିଲେ। ଏହି ସମୟରେ ତାଙ୍କ ପାଖରେ ଥିବା ୧୦ ବର୍ଷୀୟା ନାବାଳିକା ଝିଅଟି ଅସାବଧାନତା ହେତୁ ଗରମ ତେଲ କଢ଼େଇରେ ପଡ଼ିଗଲା । ନାବାଳିକାଟିର ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏପରି ହୃଦୟ ବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଲପାଳ ଗାଁରେ ଘଟିଛି।

ଖାଲପାଳ ଗ୍ରାମରେ ସମ୍ବରା ମୁର୍ମୁ ନାମକ ବ୍ୟକ୍ତି ଏକ ତେଲଭାଜି ଦୋକାନ କରିଛନ୍ତି। ଆଜି ସକାଳେ ସମ୍ବରା ନିଜ ଦୋକାନରେ ବ୍ୟସ୍ତ ଥିବା ବେଳେ ତାଙ୍କ ଝିଅ ସକାଳ ପ୍ରାୟ ୮ଟାରେ ଘରୁ ଯାଇ ଦୋକାନରେ ଏକ ବେଞ୍ଚରେ ବସିଥିଲା। ମାତ୍ର ଘରକୁ ଯିବା ପାଇଁ ସମ୍ବରା ଝିଅଟିକୁ କହିଥିଲେ। ଫଳରେ ପିଲାଟି ବେଞ୍ଚରୁ ଓହ୍ଲାଉଥିବା ବେଳେ ଅସାବଧାନତାବଶତଃ ତେଲ କଢ଼େଇରେ ପଡ଼ି ଯାଇଥିଲା।  ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ପିଲାଟିକୁ କଢ଼େଇରୁ ବାହାର କରି ଦେଇଥିଲେ।

ପିଲାଟିର ଛାତି ଓ ପେଟର ବହୁ ଅଂଶ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ପିଲାଟିକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତା’ ଅବସ୍ଥା ସ୍ଥିର ଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ତାକୁ ଅନ୍ୟତ୍ର ପଠାଯିବ ବୋଲି ଜଣାଯାଇଛି।

Related story