ବାହା ହେବାକୁ ରାଜି ନ ହେବାରୁ ନାବାଳିକାକୁ ନିସ୍ତୁକ ପିଟିଲେ

Ordigital Desk
  • Published: Sunday, 27 May 2018
  • , Updated: 27 May 2018, 05:32 PM IST
<p>ସାଲେପୁର(ମନୋଜ ଆଚାର୍ଯ୍ୟ): ବିବାହ ପାଇଁ ମନା କରିବାରୁ ନାବାଳିକାକୁ ନିସ୍ତୁକ ମାଡ଼ ମାରିଛନ୍ତି ଘର ଲୋକେ। ମାଡ଼ ଖାଇବା ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଫୋଗଳ ପଞ୍ଚାୟତର କୁଦ ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି।&lt;a href=&quot;&quot;&gt;(image) &lt;/a&gt;ମିଳିଥିବା ସୂଚନା ଅନୁସାରେ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘର ଲୋକେ ବାହା ହେବା ପାଇଁ ବାଧ୍ୟ କରିଥିଲେ। ତେବେ ସେ ରାଜି ନ ହେବାରୁ ଘର ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତା&rsquo;ପରେ ନାବାଳିକା ଜଣକ ପଞ୍ଚାୟତ ଅଫିସ ସାମ୍ନାରେ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜୀବନ ହାରି ଦେବେ ପଛେ ଆଉ ଘରକୁ ଫେରିବେ ନାହିଁ ବୋଲି ସେ କହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମୁମୂର୍ଷୁ&nbsp; ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ନାବାଳିକାଙ୍କ ପରିବାର କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।</p> <p>https://youtu.be/CjgJPGL70X0</p>

Related story