ଗାଧୋଇବାକୁ ଯାଉଥିଲେ, ରାସ୍ତାରୁ ଉଠାଇ ନେଲେ ୩ ଯୁବକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ବାପାମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଗାଁରେ ଘଟଣା ସମ୍ପର୍କରେ କହିବାରୁ ସମାଧାନ କରାଯିବ ବୋଲି ଗାଁ ମୁଖିଆମାନେ କହିଥିଲେ। ହେଲେ  ଗତ ୧ତାରିଖରେ […]

berhampur

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 01:05 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ବାପାମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଗାଁରେ ଘଟଣା ସମ୍ପର୍କରେ କହିବାରୁ ସମାଧାନ କରାଯିବ ବୋଲି ଗାଁ ମୁଖିଆମାନେ କହିଥିଲେ। ହେଲେ  ଗତ ୧ତାରିଖରେ କୌଣସି ନିଷ୍ପତ୍ତି ନ ନେବାରୁ ନାବାଳିକାଙ୍କ ପରିବାର ଲୋକେ ରମ୍ଭା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ସୁରଟ ଚାଲିଯାଇଥିବା ପୋଲିସ ଜାଣିବା ପରେ ଏକ ଟିମ୍‌ ସେଠାକୁ ଯାଇଥିବା ଜଣାପଡ଼ିଛି।

Related story