ସାତ ମାସ ଧରି ଶାରୀରିକ ସଂପର୍କ ରଖିଲା, ଏବେ କହୁଛି ତୁ ପଳା

ସାଲେପୁର (ମନୋଜ ଆଚାର୍ଯ୍ୟ): “ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମୋତେ ନେଇ ଆସିଲା। ୭ ମାସ ଧରି ବିଭିନ୍ନ ଜାଗାରେ ଭଡ଼ା ଘରେ ରଖିଲା। ସେହି ସମୟରେ ମୋ ସହ ଶାରୀରିକ ସମ୍ପର୍କ ରଖିଲା। ଏବେ କହୁଛି ତୋତେ ଛାଡ଼ି ଦେଲି। ତୁ ଯା ପଳା। ମୁଁ ଅନ୍ୟ ଜାଗାରେ ବିବାହ କରିବି। ମୁଁ ଯିବାପାଇଁ ରାଜି ନହେବାରୁ ମୋତେ ନିସ୍ତୁକ ମାଡ଼ ମାରିଲା। ବିଅର ବୋତଲ ଭାଙ୍ଗି ମୋ ହାତ କାନ୍ଧକୁ କାଟି ପକାଇଲା।” […]

rapevictim

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 03:57 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): “ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମୋତେ ନେଇ ଆସିଲା। ୭ ମାସ ଧରି ବିଭିନ୍ନ ଜାଗାରେ ଭଡ଼ା ଘରେ ରଖିଲା। ସେହି ସମୟରେ ମୋ ସହ ଶାରୀରିକ ସମ୍ପର୍କ ରଖିଲା। ଏବେ କହୁଛି ତୋତେ ଛାଡ଼ି ଦେଲି। ତୁ ଯା ପଳା। ମୁଁ ଅନ୍ୟ ଜାଗାରେ ବିବାହ କରିବି। ମୁଁ ଯିବାପାଇଁ ରାଜି ନହେବାରୁ ମୋତେ ନିସ୍ତୁକ ମାଡ଼ ମାରିଲା। ବିଅର ବୋତଲ ଭାଙ୍ଗି ମୋ ହାତ କାନ୍ଧକୁ କାଟି ପକାଇଲା।” ଦେହର କଟା ଦାଗ ଦେଖାଇ ଲୁହ ଝରା ଆଖିରେ ଏମିତି ନିଜର ଦୁଃଖ ବଖାଣିଛନ୍ତି ଜଣେ ୧୬ ବର୍ଷର ନାବାଳିକା।

କେମିତି ଉଦ୍ଧାର ପାଇଲେ?

କୌଣସି ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ସାଲେପୁର ପିକୋଳ ଗାଁରୁ 'ଆମ ମାହାଙ୍ଗା’ର ମହିଳା ସମାଜିକ କର୍ମୀ ଓ କଟକ ଚାଇଲ୍ଡ ହେଲ୍ପ ଲାଇନର ସଭ୍ୟମାନେ ମିଳିତ ଭାବେ ଉଦ୍ଧାର ଏହି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଝିଅଟିକୁ ସେଠାରୁ ଉଦ୍ଧାର କରି ସାଲେପୁର ଥାନାକୁ ଅଣାଯାଇଥିଲା। ଥାନାରେ ସେ ଏକ ଏତଲା ଦେଇଛନ୍ତି।

ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

କିଏ ଅଭିଯୁକ୍ତ?

ଅଭିଯୁକ୍ତ ସ୍ଥାନୀୟ ଓଡାସିଂ ଅଞ୍ଚଳର ଉମାକାନ୍ତ ସାହୁ। ୭ ମାସ ତଳେ ସେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରୁ ଏହି ଝିଅକୁ ବିବାହର ପ୍ରଲୋଭନ ଦେଖାଇ ନେଇ ଆସିଥିଲେ।

Related story