ପରିଣତ ବୟସରେ ରୋଗାକ୍ରାନ୍ତ ପୁଅ ସେବାରେ ସୋମବାରୀ

ଉଦଳା(ମାନସ ପାଣି): ମା’ ସ୍ୱର୍ଗଠାରୁ ବଡ଼। ଈଶ୍ୱରଙ୍କଠାରୁ ମହାନ । ତା’ର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ  ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି । ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ […]

vlcsnap-2019-05-12-18h36m47s846

Tapas Behera
  • Published: Sunday, 12 May 2019
  • , Updated: 12 May 2019, 06:47 PM IST

ଉଦଳା(ମାନସ ପାଣି): ମା’ ସ୍ୱର୍ଗଠାରୁ ବଡ଼। ଈଶ୍ୱରଙ୍କଠାରୁ ମହାନ । ତା’ର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ  ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି ।

ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ ପୁଅ ତାଙ୍କର ରୋଗରେ ପଡିଛି। ନିତ୍ୟକର୍ମ  ତ ଦୂର କଥା ଉଠି ବସି ପାରୁନାହାନ୍ତି । ତେଣୁ ବସୟର ଅପରାହ୍ଣରେ ପୁଅର ଦେଖାଶୁଣା କରୁଛନ୍ତି ବୁଢ଼ି ମାଆ ସୋମବାରୀ। ସବୁ ମମତା ଉଜାଡ଼ି ଦେଇଛନ୍ତି ତା ଉପରେ । ପିଲା ଦିନେ ଯେମିତି କୋଳେଇ କାଖେଇ ମଣିଷ କରିଥିଲେ । ଆଜି ଠିକ୍ ସେମିତି ଯତ୍ନ ନେଉଛନ୍ତି।

ପାଦରେ ଚାଲିବାକୁ ଯୁ ନ ଥିଲେ ବି କଷ୍ଟମଷ୍ଟେ ପୁଅକୁ ଖୁଆଇ ଦେବା ସହ ତାର ସେବା ଶୁଶ୍ରସା କରୁଛନ୍ତି । କାରଣ ଆଜିକୁ ୧୨ ବର୍ଷ ହେଲାଣି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ପୁଅ ଶୁକୁରା। ସ୍ୱାମୀଙ୍କ ମୃତ୍ୟୁ ପରେ ସୋମବାରୀଙ୍କ ପାଇଁ ପୁଅ ହିଁ ଏକମାତ୍ର ସାହାରା। କିନ୍ତୁ ରୋଗ ଦାଉରୁ ସେ ଅର୍କମଣ୍ୟ। ଅର୍ଥ ନ ଥିବାରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ସେ। କିନ୍ତୁ କେବେ ମମତା ଉଣା କରି ନାହାନ୍ତି ପୁଅ ପାଇଁ।

Related story