ସେ ମୁସଲିମ୍‌, କିନ୍ତୁ ମୁହଁରେ ଜଗନ୍ନାଥ ଜଣାଣ

ନୂଆପଡ଼ା(ମାୟାଧର ସରାଫ୍): ସେ ଜଣେ ମୁସଲିମ୍‌। କିନ୍ତୁ ତାଙ୍କ ମୁହଁରୁ ଅନବରତ ଶୁଣିବାକୁ ମିଳୁଛି ଜଗନ୍ନାଥ ଜଣାଣ। ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି। କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି। ସିଏ ଜଣେ ସଚ୍ଚା ମୁସଲମାନ୍। ଯିଏ ଧର୍ମକୁ ପାଚେରୀ ଭାବେ କେବେ ଛିଡ଼ା ହେବାକୁ ଦେଇନାହାଁନ୍ତି। ତାଙ୍କ କହିବା କଥା, ଭଗବାନ ଏକ୍, ତାଙ୍କୁ ଯିଏ ଯେମିତି […]

mujib

  • Published: Friday, 09 December 2022
  • , Updated: 09 December 2022, 08:52 PM IST

ନୂଆପଡ଼ା(ମାୟାଧର ସରାଫ୍): ସେ ଜଣେ ମୁସଲିମ୍‌। କିନ୍ତୁ ତାଙ୍କ ମୁହଁରୁ ଅନବରତ ଶୁଣିବାକୁ ମିଳୁଛି ଜଗନ୍ନାଥ ଜଣାଣ। ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି। କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି। ସିଏ ଜଣେ ସଚ୍ଚା ମୁସଲମାନ୍। ଯିଏ ଧର୍ମକୁ ପାଚେରୀ ଭାବେ କେବେ ଛିଡ଼ା ହେବାକୁ ଦେଇନାହାଁନ୍ତି। ତାଙ୍କ କହିବା କଥା, ଭଗବାନ ଏକ୍, ତାଙ୍କୁ ଯିଏ ଯେମିତି ଡାକିପାରିଲା। ତେଣୁ ଲୋକେ ତାଙ୍କୁ କହୁଛନ୍ତି ସାଲବେଗ ବୋଲି। ଭକ୍ତି ରସରେ ବନ୍ଧା ଥିବା ଏ ହେଲେ ମୁଜିବ୍ ଖାଁ। ଯାହାଙ୍କ ମୁହଁରେ ରାମ ନାଁ। ନୂଆପଡ଼ା ଜିଲ୍ଲା କାଣ୍ଡେତରା ଗାଁର ମୁଜିବ୍ ଜଗତରନାଥ ଜଗନ୍ନାଥଙ୍କ ପ୍ରେମରେ କେତେ ବନ୍ଧା ତାହା ଅଖିରେ ନଦେଖିଲେ ବିଶ୍ୱାସ ହେବନି।

କୁହାଯାଏ, ମହାପ୍ରଭୁଙ୍କ ପ୍ରେମରେ ଯିଏ ଥରେ ପଡ଼ିଛି, ସିଏ ଏମିତି ହିିଁ ଭାବ ଆଉ ଭକ୍ତିରେ ଛନ୍ଦି ହୋଇଯାଇଛି। କାଳିଆ ସାଆନ୍ତଙ୍କ ଚିକ୍କଣ କଳା ଥରେ ମନରେ ଲାଗିଲେ ଆଉ କଣ ଛାଡ଼ିବ ? ସେଇଥିପାଇଁ ତ ଏହି କଳାକାରଙ୍କ ମୁହଁରୁ ସେହି ନଟ ରସିକ ପାଇଁ ଝରି ପଡୁଛି ମଧୁର ସ୍ୱର।  ତାଙ୍କ ମୁଖ ନିସ୍ତୃତ ଭଜନରୁ ଏହା ବାରି ହୋଇ ପଡୁଛି।

ମୁଜିବ୍ ଜଣେ ସଚ୍ଚା ମୁସଲମାନ୍ ହୋଇଥାଇପାରନ୍ତି, କିନ୍ତୁ ଭାବର ଠାକୁର ପ୍ରେମରେ ବିଭୋର ସିଏ। କେବେ ସେ କୃଷ୍ଣଙ୍କ ଗୀତ ଗାଉଛନ୍ତି ତ କେବେ ଶିବଙ୍କ ଭଜନ ବୋଲୁଛନ୍ତି। ମୁଜିବଙ୍କ ଭାବନାରେ ଭଗବାନ ଏକ୍, ତାଙ୍କୁ ଯିଏ ଯେମିତି ଡାକିପାରିଲା ବୋଲି କୁହନ୍ତି ମୁଜିବ।

ମୁଜିବ ଖାଁ ଈଶ୍ୱରଙ୍କ ଜଣାଣ ଗାଇବାବେଳେ ଭୁଲିଯାଆନ୍ତି, ଜାତି ଧର୍ମର ଭେଦଭାବକୁ। ସଂଗୀତକୁ ଈଶ୍ୱରଙ୍କ ବରଦାନ ଭାବି ଅନବରତ ସାଧନା କରନ୍ତି। ହିନ୍ଦି ହେଉ କି ଓଡ଼ିଆ ଅବା ସମ୍ବଲପୁରୀ। ପ୍ରତ୍ୟେକ ଭାଷାରେ ଗୀତ ଓ ସଂଗୀତ ମାଧ୍ୟମରେ ନିଜର ଭାବ ଆଉ ଆବେଗକୁ ଏଭଳି ପ୍ରକାଶ କରନ୍ତି ମୁଜିବ୍। ମୁଜିବ କେବଳ ମହାପ୍ରଭୁଙ୍କ ଭଜନ ଗାଆନ୍ତି ନାହିଁ, ହିନ୍ଦୁ ଧର୍ମର ପ୍ରତ୍ୟେକ ପର୍ବପର୍ବାଣୀକୁ ସମ୍ମାନ ଦିଅନ୍ତି, ପାଳନ ବି କରନ୍ତି। ଏହି ସମୟରେ ଶୁଦ୍ଧ ଶାକାହାରୀ ଭୋଜନ କରନ୍ତି ସେ। ନୂଆପଡ଼ା ଅଞ୍ଚଳରେ ମୁଜିବ ଜଣେ ଜଣାଶୁଣା ଭଜନ ଗାୟକ। ଆଜି ବି ଯିଏ ବି ତାଙ୍କୁ ଜାଣିଛି, ଚିହ୍ନିଛି। ତାଙ୍କର ଏଭଳି ବିରଳ ବ୍ୟକ୍ତିତ୍ୱକୁ ପ୍ରଶଂସା କରୁଛି।

[caption id="attachment_788163" align="aligncenter" width="650"] ମୁଜିବ୍ ଖାଁ।[/caption]

ଇତିମଧ୍ୟରେ ମୁଜିବଙ୍କ କଣ୍ଠରୁ ନିସ୍ତୃତ ଅନେକ ଭଜନର କ୍ୟାସେଟ୍ ହୋଇସାରିଛି।  ଏକାଧିକ ଷ୍ଟେଜ୍ ଶୋ’ରେ ସେ ସଂଗୀତ ପରିବେଷଣ କରିଛନ୍ତି। ୟୁଟ୍ୟୁବ୍‌ରେ ସେ ବେଶ ଜନାଦୃତ ହୋଇଛନ୍ତି।

Related story