ଘର ସହିତ ଜଳିଗଲେ ପକ୍ଷାଘାତ ରୋଗୀ

ଉଦଳା (ମାନସ ପାଣି): ପତ୍ନୀ ଘରେ ନଥିଲେ। ପକ୍ଷାଘାତରେ ପୀଡ଼ିତ କୁଅଁର ଟୁଡ଼ୁ ଘରେ ଏକା ଥିଲେ। ଆଉ ହଠାତ୍ ଘରେ ଲାଗିଗଲା ନିଆଁ। ନିଆଁରେ ଘରଟି ଜଳି ପାଉଁଶ ହୋଇଯାଇଥିବା ବେଳେ କୁଅଁର ମଧ୍ୟ ଜୀବନ୍ତଦଗ୍ଧ ହୋଇଗଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନବକିଶୋରପୁର ଗାଁରେ। ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ପକ୍ଷାଘାତରେ ପୀଡ଼ିତ ୪୮ ବର୍ଷୀୟ କୁଅଁର ଟୁଡୁ ଘରେ ଏକା ଶୋଇଥିଲେ। ତାଙ୍କ […]

fire

Jitendra Garnayak
  • Published: Tuesday, 29 March 2022
  • , Updated: 29 March 2022, 10:21 PM IST

ଉଦଳା (ମାନସ ପାଣି): ପତ୍ନୀ ଘରେ ନଥିଲେ। ପକ୍ଷାଘାତରେ ପୀଡ଼ିତ କୁଅଁର ଟୁଡ଼ୁ ଘରେ ଏକା ଥିଲେ। ଆଉ ହଠାତ୍ ଘରେ ଲାଗିଗଲା ନିଆଁ। ନିଆଁରେ ଘରଟି ଜଳି ପାଉଁଶ ହୋଇଯାଇଥିବା ବେଳେ କୁଅଁର ମଧ୍ୟ ଜୀବନ୍ତଦଗ୍ଧ ହୋଇଗଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନବକିଶୋରପୁର ଗାଁରେ।

ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ପକ୍ଷାଘାତରେ ପୀଡ଼ିତ ୪୮ ବର୍ଷୀୟ କୁଅଁର ଟୁଡୁ ଘରେ ଏକା ଶୋଇଥିଲେ। ତାଙ୍କ ପତ୍ନୀ ବାସନ୍ତୀ ଟୁଡୁ ମହିଳା ସଂଘର ଏକ ବୈଠକରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ କୁଅଁରଙ୍କ ନଡ଼ା ଛପର ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ନିଜେ ନିଆଁ ଲିଭାଇ କୁଅଁରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ କୁଅଁରଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। କୁଅଁର ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖୁଣ୍ଟା ପୁଲିସ୍ ପୋଡ଼ି ଯାଇଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story