ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୋଲିବ ପାଥୋ ୟୁନିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଏଥିପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ହାତୀ ମୃତ୍ୟୁ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପାଲ କହିଛନ୍ତି, ନନ୍ଦନକାନନରେ ଖୋଲିବ ଏକ ପାଥୋ ୟୁନିଟ୍‌। ଏଥିରେ ରହିବେ ଜଣେ ଡାକ୍ତର ଓ ୨ ଜଣ ଟେକ୍ନିସିଆନ୍‌। ପଶୁପକ୍ଷୀଙ୍କ ରୋଗର ପ୍ରାଥମିକ ପରୀକ୍ଷା ପାଥୋ ୟୁନିଟ୍‌ରେ ହେବ। ପ୍ରାଥମିକ ପରୀକ୍ଷା ପରେ OUATରେ […]

Nandankanan

Manoranjan Sial
  • Published: Thursday, 26 September 2019
  • , Updated: 26 September 2019, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଏଥିପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ହାତୀ ମୃତ୍ୟୁ ନେଇ ଆଲୋଚନା ହୋଇଥିଲା।

ବୈଠକ ପରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପାଲ କହିଛନ୍ତି, ନନ୍ଦନକାନନରେ ଖୋଲିବ ଏକ ପାଥୋ ୟୁନିଟ୍‌। ଏଥିରେ ରହିବେ ଜଣେ ଡାକ୍ତର ଓ ୨ ଜଣ ଟେକ୍ନିସିଆନ୍‌। ପଶୁପକ୍ଷୀଙ୍କ ରୋଗର ପ୍ରାଥମିକ ପରୀକ୍ଷା ପାଥୋ ୟୁନିଟ୍‌ରେ ହେବ। ପ୍ରାଥମିକ ପରୀକ୍ଷା ପରେ OUATରେ ସବିଶେଷମାନେ ପରୀକ୍ଷା କରିବେ।”

ତେବେ ନନ୍ଦନକାନରେ ହାତୀ ମୃତ୍ୟୁ ପାଇଁ ହର୍ପିସ୍‌ ଭୂତାଣୁ ଦାୟୀ କି ନୁହେଁ ସ୍ପଷ୍ଟ କଲେନି ନିର୍ଦ୍ଦେଶକ ଶଶି ପାଲ୍‌।

ନନ୍ଦନକାନନ ପରେ ଜଙ୍ଗଲରେ ପହଞ୍ଚିଲା ହର୍ପିସ୍ ଭୂତାଣୁ। କଟକ ବାଆଁରା କୁଅମଡ଼ା ନିକଟ ଜଙ୍ଗଲରେ ଅସୁସ୍ଥ ହାତୀ ଦେହରେ ହର୍ପିସ୍ ଭୂତାଣୁର ଲକ୍ଷଣ ଥିବା ଜଣାପଡ଼ିଛି। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥିବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ତେବେ ଅଧିକ ଚିକିତ୍ସା ପରେ ଏହା ସ୍ପଷ୍ଟ ହେବ ବୋଲି ପିସିସିଏଫ୍ ହରିଶଙ୍କର ଉପାଧ୍ୟୟ ସୂଚନା ଦେଇଛନ୍ତି।

ହର୍ପିସ୍‌ ଭାଇରସ୍ ୪ ହାତୀଙ୍କୁ ମାରିବା ପରେ ଏବେ ନନ୍ଦନକାନରେ ହାତୀଙ୍କ ସଂଖ୍ୟା ୪କୁ ଖସି ଆସିଛି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ଜୀବନ ନେଇଛି ହର୍ପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି।

Related story