ଚାକିରି ନାଁରେ ଠକେଇ, କାନ ଧରି ବସାଇଲେ, ନିସ୍ତୁକ ଛେଚିଲେ ଲୋକେ

ଆଳି: ବିଦେଶରେ ଚାକିରି ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ। ଅଭିଯୋଗ ଅନୁସାରେ ବିଦେଶରେ ଚାକିରି ଦେବା ନାଁରେ ବ୍ୟକ୍ତି ଜଣଙ୍କ ଆଳି ଓ ରାଜକନିକା ଅଞ୍ଚଳର ଅନେକ ଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲା।  ତେବେ ଟଙ୍କା ନେବାର ଦୀର୍ଘ ଦିନ ପରେ ମଧ୍ୟ ଚାକିରି ଦେଇନଥିଲା। ଗତକାଲି ବ୍ୟକ୍ତି ଜଣଙ୍କ ରାଜକନିକା ଯାଇଥିବା ବେଳେ […]

Rakesh Mallick
  • Published: Monday, 04 September 2017
  • , Updated: 04 September 2017, 10:26 AM IST

ଆଳି: ବିଦେଶରେ ଚାକିରି ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ।

ଅଭିଯୋଗ ଅନୁସାରେ ବିଦେଶରେ ଚାକିରି ଦେବା ନାଁରେ ବ୍ୟକ୍ତି ଜଣଙ୍କ ଆଳି ଓ ରାଜକନିକା ଅଞ୍ଚଳର ଅନେକ ଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲା।  ତେବେ ଟଙ୍କା ନେବାର ଦୀର୍ଘ ଦିନ ପରେ ମଧ୍ୟ ଚାକିରି ଦେଇନଥିଲା। ଗତକାଲି ବ୍ୟକ୍ତି ଜଣଙ୍କ ରାଜକନିକା ଯାଇଥିବା ବେଳେ ସ୍ଥାନୀୟ ଯୁବକମାନେ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସରେ ଜିମା ଦେଇଥିଲେ।  ଅଭିଯୁକ୍ତର ନାଁ ନୃସିଂହ ମହାରଣା।  ଘର ପୁରୀ ବାଲିଅନ୍ତା ଅଂଚଳରେ।

ନୃସିଂହଙ୍କୁ ଅପହରଣ କରାଯାଇଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

 

Related story