ପଥରରେ ଛେଚି ମାରିଦେଲେ

ଉଦଳା (ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ପାତାସାହି ଗାଁରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରାଯାଇଛି। ପ୍ରଥମେ ଯୁବକଙ୍କ ତଣ୍ଟି ଚିପା ଯାଇଥିବା ବେଳେ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଜଗନ୍ନାଥ ଖଣ୍ଡୁଆଳ। ସୂଚନା ଅନୁସାରେ, ଗତକାଲି ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗନ୍ନାଥଙ୍କୁ ତାଙ୍କର ୪ ଜଣ ପଡ଼ୋଶୀ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଜଗନ୍ନାଥଙ୍କୁ ପଥରରେ ଛେଚିବା ସହିତ […]

murder

Jyoshna Pradhan
  • Published: Tuesday, 27 November 2018
  • , Updated: 27 November 2018, 12:26 PM IST

ଉଦଳା (ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ପାତାସାହି ଗାଁରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରାଯାଇଛି। ପ୍ରଥମେ ଯୁବକଙ୍କ ତଣ୍ଟି ଚିପା ଯାଇଥିବା ବେଳେ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଜଗନ୍ନାଥ ଖଣ୍ଡୁଆଳ।

ସୂଚନା ଅନୁସାରେ, ଗତକାଲି ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗନ୍ନାଥଙ୍କୁ ତାଙ୍କର ୪ ଜଣ ପଡ଼ୋଶୀ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଜଗନ୍ନାଥଙ୍କୁ ପଥରରେ ଛେଚିବା ସହିତ ଏକ ଲୁଗାରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏନେଇ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି।

Related story