ସମ୍ପତ୍ତି ପାଇଁ ମାଆକୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋଭ ମଣିଷକୁ କେଉଁ ସ୍ତରକୁ ନେଇ ଯାଇଥାଏ ତାହା ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ସମ୍ପତ୍ତି ପାଇଁ ଜଣେ ନିଜ ଜନ୍ମଦାତ୍ରି ମାଆକୁ ଛାତରୁ ଫିଙ୍ଗି ଦେଇଛି। ଏପରି ଘଟଣା ଘଟିଛି ରାଜଧାନୀର ଚିନ୍ତାମଣିଶ୍ୱରରେ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ନାଁ ମଞ୍ଜୁଲତା ମହାନ୍ତି ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ, ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ମଞ୍ଜୁଲତାଙ୍କ ଘରେ ବିବାଦ ଲାଗି ରହିଥିଲା। ଗତ ୩ ତାରିଖରେ ସାନ […]

saitan

Rakesh Mallick
  • Published: Thursday, 07 June 2018
  • , Updated: 08 June 2018, 07:31 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋଭ ମଣିଷକୁ କେଉଁ ସ୍ତରକୁ ନେଇ ଯାଇଥାଏ ତାହା ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ସମ୍ପତ୍ତି ପାଇଁ ଜଣେ ନିଜ ଜନ୍ମଦାତ୍ରି ମାଆକୁ ଛାତରୁ ଫିଙ୍ଗି ଦେଇଛି। ଏପରି ଘଟଣା ଘଟିଛି ରାଜଧାନୀର ଚିନ୍ତାମଣିଶ୍ୱରରେ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ନାଁ ମଞ୍ଜୁଲତା ମହାନ୍ତି ବୋଲି ଜଣାପଡିଛି।

ଅଭିଯୋଗ ଅନୁସାରେ, ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ମଞ୍ଜୁଲତାଙ୍କ ଘରେ ବିବାଦ ଲାଗି ରହିଥିଲା। ଗତ ୩ ତାରିଖରେ ସାନ ପୁଅ ଛାତରେ କାମ କରୁଥିବାବେଳେ, ମଞ୍ଜୁଲତା ତାଙ୍କୁ ଡାକିବା ପାଇଁ ଛାତକୁ ଯାଇଥିଲେ। ଏହି ସମୟରେ ବଡ ପୁଅ କପିଲ ପ୍ରସାଦ ହଠାତ ସାନ ପୁଅକୁ ଆକ୍ରମଣ କରିବା ସହ ମାଆକୁ ଛାତରୁ ତଳକୁ ଟେକି ଫୋପାଡି ଦେଇଥିଲା। ଗୁରୁତର ଅବସ୍ଥାରେ ମଞ୍ଜୁଲତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏଭଳି ପୁଅକୁ ଦଣ୍ଡ ଦେବାକୁ ମାଆ ଗୁହାରୀ କରିଛନ୍ତି। ସେପଟେ ଅଭିଯୋଗ ପରେ ପୋଲିସ ମଞ୍ଜୁଲତାଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ଖୋଳତାଡ ଆରମ୍ଭ କରିଛି।

Related story