ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜୀବନ ହାରିଲେ

Ordigital Desk
  • Published: Friday, 18 May 2018
  • , Updated: 18 May 2018, 10:26 AM IST
<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରରେ। ମୃତ ଛାତ୍ରଙ୍କ ନାଁ ରାଜେଶ ପଣ୍ଡା(୧୯)।</p> <p>ରାଜେଶ ଦୁଇ ବର୍ଷ ହେବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଫେଲ୍ ହୋଇ ଆସୁଥିଲେ। ଚଳିତ ବର୍ଷ ସେ ପୁଣି ଥରେ ପରୀକ୍ଷା ଦେଇଥିଲେ। ହେଲେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ୧୯ ତାରିଖରେ ପ୍ରକାଶ ପାଇବା ଶୁଣିବା ପରେ ସେ ଚିନ୍ତିତ ହୋଇପଡ଼ିଥିଲେ।</p> <p>ଗତକାଲି ସନ୍ଧ୍ୟାରେ ସେ ଘରର ଛାତ ଉପରେ ବସି ପଢ଼ୁଥିଲେ। ଏହିସମୟରେ ତାଙ୍କ ବାପା ଓ ମାଆ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ପରେ ରାଜେଶକୁ ଖାଇବା ପାଇଁ ଡାକିବାକୁ ତାଙ୍କ ରୁମ୍&zwnj;କୁ ଯାଇଥିଲେ। ସେଠାରେ ରାଜେଶ ପୋଡ଼ି ହୋଇ ପଡ଼ିଥିବା ଦେଖିଥିଲେ। ସେତେବେଳକୁ ରାଜେଶଙ୍କ ମୃତ୍ୟୁ ଘଟିସାରିଥିଲା। ଏନେଇ ବଡ଼ବଜାର ଥାନାରେ ଏକ ମାମଲା ଦାଏର ହୋଇଛି।</p> <p>ଆଜି ସକାଳେ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।</p>

Related story