ଗାଁକୁ ଭଲ ରାସ୍ତା ନଥିବାରୁ ଖାଲି ହୋଇଗଲା ମା’ର କୋଳ  

ବଣାଇ(ରଞ୍ଜିତ ଚୌଧୁରୀ): ଗାଁକୁ ଭଲ ରାସ୍ତା ନଥିବାରୁ ଖାଲି ହୋଇଗଲା ମା’ର କୋଳ। ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବାରୁ ମା’ର ସିନା ଜୀବନ ବଞ୍ଚିଗଲା, ହେଲେ ନିଜ  ନବଜାତ ସନ୍ତାନକୁ ହରାଇ ବସିଲା। ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକର ଅର୍ଜୁନଚୁଆଁ ଗାଁରେ। ଅର୍ଜୁନଚୁଆଁ ଗାଁର ରାମେଶ୍ୱରର ମୁଣ୍ଡାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁଣ୍ଡାଙ୍କୁ ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା।  ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ଭଲ ରାସ୍ତା  ନଥିବାରୁ  […]

bonai

  • Published: Thursday, 06 October 2022
  • , Updated: 06 October 2022, 10:37 AM IST

ବଣାଇ(ରଞ୍ଜିତ ଚୌଧୁରୀ): ଗାଁକୁ ଭଲ ରାସ୍ତା ନଥିବାରୁ ଖାଲି ହୋଇଗଲା ମା’ର କୋଳ। ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବାରୁ ମା’ର ସିନା ଜୀବନ ବଞ୍ଚିଗଲା, ହେଲେ ନିଜ  ନବଜାତ ସନ୍ତାନକୁ ହରାଇ ବସିଲା। ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକର ଅର୍ଜୁନଚୁଆଁ ଗାଁରେ।

ଅର୍ଜୁନଚୁଆଁ ଗାଁର ରାମେଶ୍ୱରର ମୁଣ୍ଡାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁଣ୍ଡାଙ୍କୁ ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା।  ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ଭଲ ରାସ୍ତା  ନଥିବାରୁ  ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଗାଁଠାରୁ ୩ କିମି ଦୂର ପ୍ରତାପପୁର ଠାରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଏପଟରେ ଲକ୍ଷ୍ମୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ।  ତାଙ୍କ ସ୍ୱାମୀ କିଛି ଉପାୟ ନପାଇ ଗ୍ରାମବାସୀଙ୍କୁ ଡାକି ଲକ୍ଷ୍ମୀଙ୍କୁ ଏକ ଖଟିଆରେ ବୋହି ଜଙ୍ଗଲ ରାସ୍ତା ଦେଇ ଆମ୍ବୁଲାନ୍ସ ନିକଟକୁ ନେଇ ଥିଲେ। ସେଠାରୁ ତାଙ୍କୁ ଆମ୍ବଲାନ୍ସରେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉଲକେଲା ସ୍ଥାନନ୍ତରିତ କରରାଯାଇଥିଲା। ସେଠାରେ ଲକ୍ଷ୍ମୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟପରେ ଶିଶୁଟିର ମୃତ୍ୟୁ ଘଟିଥିଲା।

ରାଜ୍ୟ ସରକାର ସବୁଗାଁକୁ ଭଲ ରାସ୍ତା ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ଫଳ ଶୂନ। ଆଜି କେତେକ ଗାଁକୁ ଭଲ ରାସ୍ତା ନଥିବାରୁ ଲୋକେମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

 

Related story