ବ୍ରେକ୍ ଫେଲ୍‌ ହୋଇ ରେଳଲାଇନ ଉପରେ ଚଢ଼ିଗଲା ଟ୍ରେଲର

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଏକ ଟ୍ରେଲରଟି ବ୍ରେକ୍ ଫେଲ୍ ହୋଇ ରେଳଲାଇନ ଉପରେ ଚଢ଼ିଯାଇଥିଲା। ଫଳରେ ମୁନିଗୁଡ଼ା-ରାୟଗଡା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧପ୍ରାପ୍ତ ହୋଇଥିଲା। ରେଲୱେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ କ୍ରେନ୍‌ ସାହାଯ୍ୟରେ ଗାଡ଼ିଟିକୁ ଉଠାଇଥିଲେ। ଦୁଇ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ରେଳବାଇ ପୁଲିସ୍ ଟ୍ରେଲରକୁ ଜବତ କରିଛି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି। ସୂଚନାଯୋଗ୍ୟ, ଆଜି ଟ୍ରେଲରଟି ବିଶାଖାପାଟଣରୁ ଆଲୁମିନିୟମ […]

raim-line99999

Tapaswini Nayak
  • Published: Friday, 13 September 2019
  • , Updated: 13 September 2019, 12:46 PM IST

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଏକ ଟ୍ରେଲରଟି ବ୍ରେକ୍ ଫେଲ୍ ହୋଇ ରେଳଲାଇନ ଉପରେ ଚଢ଼ିଯାଇଥିଲା। ଫଳରେ ମୁନିଗୁଡ଼ା-ରାୟଗଡା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧପ୍ରାପ୍ତ ହୋଇଥିଲା। ରେଲୱେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ କ୍ରେନ୍‌ ସାହାଯ୍ୟରେ ଗାଡ଼ିଟିକୁ ଉଠାଇଥିଲେ। ଦୁଇ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ରେଳବାଇ ପୁଲିସ୍ ଟ୍ରେଲରକୁ ଜବତ କରିଛି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି।

ସୂଚନାଯୋଗ୍ୟ, ଆଜି ଟ୍ରେଲରଟି ବିଶାଖାପାଟଣରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯାଉଥିଲା। ଏହି ସମୟରେ ହଠାତ୍ ମୁନିଗୁଡ଼ା ରେଳ ଫାଟକ ନିକଟରେ ବ୍ରେକ ଫେଲ ହୋଇଯାଇଥିଲା। ଡ୍ରାଇଭରଏହା ଜାଣି ପାରି ଗାଡ଼ିଟିକୁ ବାଧ୍ୟ ହୋଇ ରେଳ ଲାଇନ ଆଡକୁ ବୁଲାଇ ଦେଇଥିଲା। ଟ୍ରେଲଟି ଭାରସାମ୍ୟ ହରାଇ ରେଳ ଲାଇନ ଉପରେ ଚଢ଼ି ଯାଇଥିଲା।

ଯଦି ଡ୍ରାଇଭର ନିଜର ଉପସ୍ଥିତି ବୁଦ୍ଧି ଖଟାଇ ରେଳ ଲାଇନ ଆଡ଼କୁ ଟ୍ରେଲରଟି ନ ବୁଲାଇ ନ ଥାନ୍ତେ, ତେବେ ରେଳଲାଇନ ନିକଟରେ ଥିବା ବସ୍ ଷ୍ଟାଣ୍ଡ ଓ ବହୁ ଉଠା ଦୋକାନୀମାନଙ୍କର ବହୁ କ୍ଷତି ଘଟିଥାନ୍ତା। ଡ୍ରାଇଭରଙ୍କ ଏପରି ଉପସ୍ଥିତ ବୁଦ୍ଧିକୁ ଜନ ସାଧାରଣରେ ପ୍ରଶଂସା କରାଯାଇଛି।

ଡ୍ରାଇଭର ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ଟ୍ରେଲଟି ରେଳ ଫାଟକରେ ଚଢ଼ି ଯାଇଥିବାରୁ ମୁନିଗୁଡ଼ା ରେଳ ଷ୍ଟେସନରେ ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ବହୁ ସମୟ ଧରି ଅଟକି ରହିଥିଲା।

Related story