ବିଜୁ ପ୍ରତିମୂର୍ତ୍ତିକୁ ପିଟିଲା ଟ୍ରକ୍‌, ଭାଙ୍ଗି ଗଲା ହାତ

ଯାଜପୁର(ଅଭୟ ପତି) : ଯାଜପୁରରେ ଏକ ଗୋରୁ ବୋଝେଇ ଟ୍ରକ୍‌ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଧକ୍କା ଦେଇଛି। ଫଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଏକ ହାତ ଭାଙ୍ଗି ଯାଇଛି। ଏହି ଘଟଣା ଘଟିଛି ପାଣିକୋଇଲି ଥାନା ସାହସପୁର ହାଟ ନିକଟରେ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ଉକ୍ତ ଟ୍ରକରେ ୧୦୦ରୁ ଅଧିକ ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଓ ବେଆଇନ ଭାବେ ଗୋରୁ ଚାଲାଣକୁ […]

jajpur

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 01:21 PM IST

ଯାଜପୁର(ଅଭୟ ପତି) : ଯାଜପୁରରେ ଏକ ଗୋରୁ ବୋଝେଇ ଟ୍ରକ୍‌ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଧକ୍କା ଦେଇଛି। ଫଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଏକ ହାତ ଭାଙ୍ଗି ଯାଇଛି। ଏହି ଘଟଣା ଘଟିଛି ପାଣିକୋଇଲି ଥାନା ସାହସପୁର ହାଟ ନିକଟରେ।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ଉକ୍ତ ଟ୍ରକରେ ୧୦୦ରୁ ଅଧିକ ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଓ ବେଆଇନ ଭାବେ ଗୋରୁ ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Related story