ଗୋରୁ ବୋଝେଇ ଟ୍ରକ୍‌ ଜବତ: ୭୦ରୁ ୧୦ ମରି ଯାଇଥିଲେ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ବେଆଇନ ଭାବେ ଚାଲଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ଟାଙ୍ଗୀ ପୋଲିସ। ଆଜି ସକାଳେ କଟକ ଜିଲ୍ଲା  ୧୬ ନମ୍ୱର ଜାତୀୟ ରାଜପଥ ଦେଇ ଏକ ଗୋରୁ ବୋଝେଇ ଟ୍ରକ ନିଗୁଣ୍ଡୀ ଟୋଲ ଗେଟ୍‌ ପାର ହେଉଥିଲା। ଏହି ସମୟରେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ୭୦ଟି ଗୋରୁ ଥିବା ଦେଖିବାକୁ ପାଇଥିଲେ। ସେଥିମଧ୍ୟରୁ ୧୦ଟି ଗୋରୁଙ୍କ ମୁତ୍ୟୁ ହୋଇଯାଇଥିଲା। ପୋଲିସ ଟ୍ରକକୁ ଜବତ କରିବା […]

COW

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 02:40 PM IST

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ବେଆଇନ ଭାବେ ଚାଲଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ଟାଙ୍ଗୀ ପୋଲିସ। ଆଜି ସକାଳେ କଟକ ଜିଲ୍ଲା  ୧୬ ନମ୍ୱର ଜାତୀୟ ରାଜପଥ ଦେଇ ଏକ ଗୋରୁ ବୋଝେଇ ଟ୍ରକ ନିଗୁଣ୍ଡୀ ଟୋଲ ଗେଟ୍‌ ପାର ହେଉଥିଲା। ଏହି ସମୟରେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ୭୦ଟି ଗୋରୁ ଥିବା ଦେଖିବାକୁ ପାଇଥିଲେ। ସେଥିମଧ୍ୟରୁ ୧୦ଟି ଗୋରୁଙ୍କ ମୁତ୍ୟୁ ହୋଇଯାଇଥିଲା।

ପୋଲିସ ଟ୍ରକକୁ ଜବତ କରିବା ସହ ଏହି ଗାଡିକୁ ପାଇଲଟିଂ କରି ନେଉଥିବା ଏକ ସ୍କର୍ପିଓ  ଗାଡିକୁ ମଧ୍ୟ ଜବତ କରିଛି। ହେଲେ ଗୋରୁ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ୨ଟି ଗାଡିର ଡ୍ରାଇଭରଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଗୋରୁ ଗୁଡିକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ କୋଲକାତା ଚାଲଣ ହେଉଥିବା ଜଣାପଡିଛି।

Related story