ନିଜ ଶିଶୁପୁତ୍ରକୁ ମାରି ଫୋପାଡ଼ି ଦେଲା ମା’!

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମା’ର ପଣତ କାନି  ଛୁଆ ପାଇଁ ସବୁଠୁ ନିରାପଦ ସ୍ଥାନ। ହେଲେ ସେହି ମା’ ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବିଜାଖମନ ଗାଁରେ। ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, […]

Baby

Tapaswini Nayak
  • Published: Monday, 27 December 2021
  • , Updated: 27 December 2021, 02:24 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମା’ର ପଣତ କାନି  ଛୁଆ ପାଇଁ ସବୁଠୁ ନିରାପଦ ସ୍ଥାନ। ହେଲେ ସେହି ମା’ ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବିଜାଖମନ ଗାଁରେ। ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଗତ ୨୫ ତାରିଖ ଦିନ ବିଜାଖମନ ଖେଳପଡ଼ିଆ ନିକଟରୁ କପଡ଼ାରେ ଗୋଡ଼ା ହୋଇଥିବା ଅବସ୍ଥାରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମୃତ ଶିଶୁପୁତ୍ରଟି ଉକ୍ତ ମହିଳାଙ୍କର ଥିଲା ବୋଲି ଗ୍ରାମବାସୀ ସନ୍ଦେହ କରିଥିଲେ।  ମହିଳା ଜଣଙ୍କ ବିଧବା ହୋଇଥିବା ବେଳେ ତାଙ୍କର ଅନ୍ୟ କାହା ସହ ଅନୈତିକ ସଂପର୍କ ଥିଲା। ତେଣୁ ଲୋକଲଜ୍ଜା ଭୟରେ ନିଜ ନବଜାତ ପୁଅକୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରିଥିଲେ। ଏନେଇ ଆଜି ସକାଳେ ଉକ୍ତ ମହିଳାଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ମହିଳାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତଥାପି ମହିଳାଙ୍କୁ କ’ଣ ପାଇଁ ଗାଁ ଲୋକେ ସନ୍ଦେହ କରୁଛନ୍ତି, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗକୁ ଉକ୍ତ ମହିଳା ଜଣଙ୍କ ଖଣ୍ଡନ କରିଛନ୍ତି।

 

 

Related story