ଲକଡାଉନରେ ଖଣ୍ଡାଧାର ଜଳପ୍ରପାତ ପାଣିରେ ବୁଡ଼ିଗଲେ ଯୁବକ

ତେଲକୋଇ (ଚିନ୍ମୟ କୁମାର ସାହୁ): ଲକଡାଉନ ସମୟରେ ଖଣ୍ଡାଧାର ଜଳପ୍ରପାତରେ ଘଟିଛି ଅଭାବନୀୟ ଘଟଣା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ପର୍ଯ୍ୟଟନ ସ୍ଥଳୀ ଖଣ୍ଡାଧାର ଜଳପ୍ରପାତ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ ହୋଇଛି। ମୃତ ଯୁବକ ଜଣକ କେନ୍ଦୁଝର ଚର୍ଚ୍ଚ ଛକ ଅଞ୍ଚଳର ସୌରଭ କୁମାର ସ୍ୱାଇଁ ବୋଲି ପରିଚୟ ମିଳିଛି। କେନ୍ଦୁଝରରୁ ୧୦ ଜଣ ଯୁବକ ଦୁଇଟି ଗାଡ଼ିରେ ଖଣ୍ଡାଧର ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀକୁ ବୁଲି ଯାଇଥିଲେ। ପ୍ରପାତରେ ୪ ଜଣ ଯୁବକ ଗାଧୋଉ […]

KHANDADHAR1

Ranjit Kumar Jena
  • Published: Sunday, 07 June 2020
  • , Updated: 07 June 2020, 08:10 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ଲକଡାଉନ ସମୟରେ ଖଣ୍ଡାଧାର ଜଳପ୍ରପାତରେ ଘଟିଛି ଅଭାବନୀୟ ଘଟଣା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ପର୍ଯ୍ୟଟନ ସ୍ଥଳୀ ଖଣ୍ଡାଧାର ଜଳପ୍ରପାତ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ ହୋଇଛି। ମୃତ ଯୁବକ ଜଣକ କେନ୍ଦୁଝର ଚର୍ଚ୍ଚ ଛକ ଅଞ୍ଚଳର ସୌରଭ କୁମାର ସ୍ୱାଇଁ ବୋଲି ପରିଚୟ ମିଳିଛି।

କେନ୍ଦୁଝରରୁ ୧୦ ଜଣ ଯୁବକ ଦୁଇଟି ଗାଡ଼ିରେ ଖଣ୍ଡାଧର ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀକୁ ବୁଲି ଯାଇଥିଲେ। ପ୍ରପାତରେ ୪ ଜଣ ଯୁବକ ଗାଧୋଉ ଥିଲେ। ପଥର ଉପରୁ ଗୋଡ଼ ଖସି ଯିବାରୁ ସୌରଭ ଓ ଆଉ ଜଣେ ଯୁବକ ପ୍ରପାତ ତଳେ ଥିବା ପାଣି କୁଣ୍ଡରେ ପଡି ଯାଇଥିଲେ।

ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସୌରଭ ପାଣିରେ ବୁଡି ଯାଇଥିଲେ। ବାଂଶପାଳ ଅଗ୍ନିଶମ ବାହିନୀ ପହଞ୍ଚି ସୌରଭଙ୍କୁ ପାଣିରୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଲକଡାଉନ ସମୟରେ କିପରି ଭାବେ ଦୁଇଟି ଗାଡ଼ିରେ ୧୦ ଜଣ ଯୁବକ ଖଣ୍ଡାଧାରକୁ ଗଲେ।

Related story