ଡ୍ରେସ ଚେଞ୍ଜିଂ ରୁମ୍‌ରେ ଥିଲେ ଯୁବତୀ, ଫଟୋ ଉଠାଇଦେଲେ ଯୁବକ

କେନ୍ଦୁଝର(ପ୍ରଣୟ ପାଣି):  ଡ୍ରେସ୍‌ ଚେଞ୍ଜିଂ ରୁମ୍‌ରୁ ଯୁବତୀଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ତାଙ୍କ ମୋବାଲକୁ ପୁଲିସ୍‌ ଜବତ କରିଥିବା ଜଣାଯାଇଛି।  ଏପରି ଘଟଣା ଗତକାଲି କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ସ୍ଥିତ ଏକ ଘରୋଇ ସପିଙ୍ଗ ମଲ୍‌ରେ ହୋଇଛି। ଯୁବତୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀ ସପିଙ୍ଗ ମଲ୍‌କୁ ଯାଇଥିବା ବେଳେ ସେଠାରେ ଟ୍ରାଏଲ୍‌ ରୁମ୍‌ରେ ଡ୍ରେସ ଚେଞ୍ଜ କରୁଥିଲେ। […]

keo-2

Niharika Rout
  • Published: Friday, 15 January 2021
  • , Updated: 15 January 2021, 08:47 AM IST

କେନ୍ଦୁଝର(ପ୍ରଣୟ ପାଣି):  ଡ୍ରେସ୍‌ ଚେଞ୍ଜିଂ ରୁମ୍‌ରୁ ଯୁବତୀଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ତାଙ୍କ ମୋବାଲକୁ ପୁଲିସ୍‌ ଜବତ କରିଥିବା ଜଣାଯାଇଛି।  ଏପରି ଘଟଣା ଗତକାଲି କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ସ୍ଥିତ ଏକ ଘରୋଇ ସପିଙ୍ଗ ମଲ୍‌ରେ ହୋଇଛି।

ଯୁବତୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀ ସପିଙ୍ଗ ମଲ୍‌କୁ ଯାଇଥିବା ବେଳେ ସେଠାରେ ଟ୍ରାଏଲ୍‌ ରୁମ୍‌ରେ ଡ୍ରେସ ଚେଞ୍ଜ କରୁଥିଲେ। ହେଲେ ଉକ୍ତ ସମୟରେ ତାଙ୍କ ପାଖ ରୁମ୍‌ରୁ ଜଣେ  ଯୁବକ ମୋବାଇଲରେ ଫୋଟ ଉଠାଉଥିବା ସନ୍ଦେ କରିଥିଲେ । ଯୁବକଜଣକ ଦୁଇ ଚେଞ୍ଜିଙ୍ଗ ରୁମ୍‌ ମଧ୍ୟରେ ଥିବା ଉପର ଫାଙ୍କାରୁ ମୋବାଇଲ ପୁରାଇ ଫଟୋ ଉଠାଉଥିବା ଜାଣିବାକୁ ପାଇଥିଲେ ।

ଯୁବତୀଜଣଙ୍କ ସଙ୍ଗେ ସଙ୍ଗେ ରୁମରୁ ବାହାରି ମଲର କର୍ମଚାରୀଙ୍କୁ ଅବଗତ କରିବା ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Related story