ଚୋରି କରିବାକୁ ଓଡ଼ିଶାରୁ ସୁରତ ଯାଉଥିଲା, ତା’ପୁଣି ବିମାନରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାନ୍ଧରେ ସବୁବେଳେ ରହୁଥିଲା ଏକ ସ୍କୁଲ ବ୍ୟାଗ୍‌। ବ୍ୟାଗ୍‌ ଭିତରେ ବହି ନୁହେଁ, ରହୁଥିଲା- ହାତୁଡ଼ି, କଟର, ଗ୍ଲୋବ୍ସ, ମାସ୍କ। ଆଉ ବିମାନରେ ଥରକୁ ଥର ଓଡ଼ିଶାରୁ ସୁରତ ଉଡ଼ିଯାଉଥିଲା ଯୁବକ। ପୁଣି ତାହା କୌଣସି ଜରୁରୀ କାର୍ଯ୍ୟ ପାଇଁ ନୁହେଁ, ଚୋରି ପାଇଁ। ଏପରି ଥରକୁ ଥର ସୁରତ ଉଡ଼ିଯାଇ ସେଠାରେ କଳାକନା ବୁଲାଇ ଫେରି ଆସୁଥିଲା ଓଡ଼ିଶା । ଏହା ପୁଣି ବିନା କାହା ସହାୟତାରେ। ସବୁ କାମ ନିଜେ […]

Arrest

Niharika Rout
  • Published: Friday, 26 February 2021
  • , Updated: 26 February 2021, 12:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାନ୍ଧରେ ସବୁବେଳେ ରହୁଥିଲା ଏକ ସ୍କୁଲ ବ୍ୟାଗ୍‌। ବ୍ୟାଗ୍‌ ଭିତରେ ବହି ନୁହେଁ, ରହୁଥିଲା- ହାତୁଡ଼ି, କଟର, ଗ୍ଲୋବ୍ସ, ମାସ୍କ। ଆଉ ବିମାନରେ ଥରକୁ ଥର ଓଡ଼ିଶାରୁ ସୁରତ ଉଡ଼ିଯାଉଥିଲା ଯୁବକ। ପୁଣି ତାହା କୌଣସି ଜରୁରୀ କାର୍ଯ୍ୟ ପାଇଁ ନୁହେଁ, ଚୋରି ପାଇଁ। ଏପରି ଥରକୁ ଥର ସୁରତ ଉଡ଼ିଯାଇ ସେଠାରେ କଳାକନା ବୁଲାଇ ଫେରି ଆସୁଥିଲା ଓଡ଼ିଶା । ଏହା ପୁଣି ବିନା କାହା ସହାୟତାରେ। ସବୁ କାମ ନିଜେ ଏକାକୀ ହିଁ କରି ମାଲେମାଲ ହେଉଥିବା ଏଭଳି ଜଣେ ଚୋରକୁ ଶେଷରେ ବାନ୍ଧିଛି  ସୁରତ କ୍ରାଇମବ୍ରାଞ୍ଚର ଏକ ଟିମ୍।

ଗିରଫ ଯୁବକ ଘର ଗଞ୍ଜାମ ଜିଲ୍ଲାରେ । କେତେବେଳେ ନିଜକୁ  ଲାଲା ତ ପୁଣି କେତେବେଳେ ନିଲୁ ବୋଲି ପରିଚୟ ଦେଉଥିଲା । କ୍ରାଇମବ୍ରାଞ୍ଚ ସୂତ୍ରରୁ ତା ନାଁ ଦଣ୍ଡପାଣି ବିଷୋୟୀ ବୋଲି ଜଣାପଡ଼ିଛି ।

ଦଣ୍ଡପାଣି ନିକଟରୁ ୮ ଲକ୍ଷ ୯୨ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି। ତା’ ମଧ୍ୟରେ ବିପୁଳ ପରିମାଣର ଟଙ୍କା ବି ରହିଛି  । ଏପରିକି କିଛି ବିଦେଶୀ ନୋଟ୍ ବି କ୍ରାଇମବ୍ରାଞ୍ଚ ଦଣ୍ଡପାଣି ନିକଟରୁ ଜବତ କରିଛି ।

ସୁରତରେ ଯେପରି କେହି ସନ୍ଦେହ ନ କରିବେ ସେଥିଲାଗି ସେଠାରେ ଘରଭଡ଼ା ନେଇ ରହୁଥିଲା ଦଣ୍ଡପାଣି ବିଷୋୟୀ । ପାଖ ପଡ଼ୋଶୀଙ୍କୁ କୌଣସି ଏକ ଅଫିସରେ ମ୍ୟାନେଜର ଭାବେ କାମ କରୁଥିବା କହୁଥିଲା ଦଣ୍ଡପାଣି । ହେଲେ ଶେଷରେ ସୁରତ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଯାଇଥିଲା ଏହି  ଲୁଟେରା।

Related story