ଟିକା ପାଇଁ ଧାଡ଼ିରେ ଆଧାର କାର୍ଡ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଟିକା ପାଇଁ ଧାଡି ଧାଡ଼ି ହୋଇ ରହିଛି ଆଧାର କାର୍ଡ। ଗାଁ ଠୁ ସହର ସବୁଠି ଗତକାଲିଠାରୁ ଟିକାକରଣ ମହାଭିଯାନ ଚାଲିଥିବା ବେଳେ କଟକ ଜିଲ୍ଲା ଆଠଗଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଧାଡ଼ିରେ ଆଧାର କାର୍ଡ ରଖିଦେଇ ଲୋକେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଲୋକେ ବଡି ଭୋରରୁ ଆଧାର କାର୍ଡ ଲାଇନରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାରା ଦେଶରେ କ୍ୟାମ୍ପେନ୍ ଭାକ୍ସିନେସନ୍ ଚାଲିଛି । […]

787

Tapas Behera
  • Published: Tuesday, 22 June 2021
  • , Updated: 22 June 2021, 09:47 AM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ଟିକା ପାଇଁ ଧାଡି ଧାଡ଼ି ହୋଇ ରହିଛି ଆଧାର କାର୍ଡ। ଗାଁ ଠୁ ସହର ସବୁଠି ଗତକାଲିଠାରୁ ଟିକାକରଣ ମହାଭିଯାନ ଚାଲିଥିବା ବେଳେ କଟକ ଜିଲ୍ଲା ଆଠଗଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଧାଡ଼ିରେ ଆଧାର କାର୍ଡ ରଖିଦେଇ ଲୋକେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଲୋକେ ବଡି ଭୋରରୁ ଆଧାର କାର୍ଡ ଲାଇନରେ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାରା ଦେଶରେ କ୍ୟାମ୍ପେନ୍ ଭାକ୍ସିନେସନ୍ ଚାଲିଛି । ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ସମସ୍ତ ବ୍ଲକ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଟିକା ଯୋଗାଇ ଦିଆଯାଉଛି। ତେଣୁ ଲୋକମାନେ ଟିକା ନେବା ପାଇଁ ସକାଳୁ ସକାଳୁ ଆସି ନିଜର ଆଧାର କାର୍ଡ ରଖି ଅପେକ୍ଷା କରିଛନ୍ତି।

Related story