ଅଭୟ ହେଲଥ କେୟାରର ସମସ୍ତ ଔଷଧ ଜବତ କର: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ନକଲି ଔଷଧ ବନ୍ଦ ପାଇଁ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ।  ନକଲି ଔଷଧ ପ୍ରସ୍ତୁତ କରିଥିବା ଅଭୟ ହେଲଥ କେୟାରର ସମସ୍ତ ଔଷଧକୁ ତୁରନ୍ତ ଜବତ କରିବାକୁ  ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ଏପରି ଔଷଧ ବିକ୍ରି ହେଉଥିବା ନେଇ ଗତକାଲି ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ବଜାରରେ ମିଳୁଥିବା ନକଲି ଔଷଧ ହିମାଚଳ ପ୍ରଦେଶର ଅଭୟ ହେଲଥ କେୟାର ଦ୍ୱାରା ପ୍ରସ୍ତୁତ […]

medicin

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 03:42 PM IST

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ନକଲି ଔଷଧ ବନ୍ଦ ପାଇଁ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ।  ନକଲି ଔଷଧ ପ୍ରସ୍ତୁତ କରିଥିବା ଅଭୟ ହେଲଥ କେୟାରର ସମସ୍ତ ଔଷଧକୁ ତୁରନ୍ତ ଜବତ କରିବାକୁ  ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ଏପରି ଔଷଧ ବିକ୍ରି ହେଉଥିବା ନେଇ ଗତକାଲି ଓଟିଭିରେ ଖବର ପ୍ରସାରିତ ହୋଇଥିଲା।

ବଜାରରେ ମିଳୁଥିବା ନକଲି ଔଷଧ ହିମାଚଳ ପ୍ରଦେଶର ଅଭୟ ହେଲଥ କେୟାର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଉଲ୍ଲେଖ ରହିଛି । ମାତ୍ର ଏପରି କୌଣସି କମ୍ପାନୀ ହିମାଳଚ ପ୍ରଦେଶରେ ନ ଥିବା ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି । ଏହା ଜଣାପଡିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଉତ୍ପାଦନକାରୀ ପ୍ରସ୍ତୁତ କରିଥିବା ୧୭ ପ୍ରକାରର ଔଷଧକୁ ଜବତ କରାଯାଇ ପରୀକ୍ଷା କରାଯାଉଛି। ପୁରୀରୁ ୪୦ ହଜାର ୯୩୨ ଟଙ୍କ।ର ଔଷଧ ଫେରାଇ ଅଣାଯାଇଛି। ଅନ୍ୟ ସବୁ ଜିଲ୍ଲାକୁ ଅଭୟ ହେଲଥ କେୟାରର ପ୍ରସ୍ତୁତ ମେଡିସିନ ଜବତ ପାଇଁ ନିଦ୍ଦେଆଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏ ନେଇ ମେଡିସିନ ସ୍ପେଶାଲିଷ୍ଟ ଡା. ଏସ.ଏନ. ସ୍ୱାଇ କହିଛନ୍ତି, ନିମ୍ନମାନର ଔଷଧକୁ ଜାଣିବା ପାଇଁ ଡାକ୍ତରଙ୍କ ପାଖରେ କୌଣସି ସାଧନ ନାହିଁ। ନକଲି ଔଷଧର ବ୍ୟବହାର ଦ୍ୱାରା ରୋଗ କମିବ ନାହିଁ ବରଂ ବଢିବ ବୋଲି କହିଛନ୍ତି ସେ । ଏପଟେ ନକଲି ଔଷଧ ଯୋଗାଇଥିବା ଅଭୟ ହେଲଥ କେୟାର ଅନୈତିକ ଭାବେ ଔଷଧ ଦେଇଛି ଓ ଏସବୁର ପରୀକ୍ଷା ପରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗଅହଣ କରିବାକୁ ଦାବି କରିଛି ଉତ୍କଳ କେମେଷ୍ଟ୍ରି ଆଣ୍ଡ ଡ୍ରଗଷ୍ଟି ଆସୋସିଏସନ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରର ଜୟପୁରରେ ନକଲି ଔଷଧ ସପ୍ଲାଇ କରୁଥିବା ଅଭୟ ହେଲଥ କେୟାର କମ୍ପାନୀ ଆସେଣ୍ଟ ଫ।ର୍ମା ଓ ଓସେନ ଅର୍ଗାନିକର ଅଫିସ ଉପରେ ରାଜସ୍ଥାନ ଓ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ମିଳିତ ଚଢାଉ ପରେ ନକଲି ଔଷଧର ଗୁମର ପଦାକୁ ଆସିଥିଲା।

Related story