ମହଙ୍ଗା ପଡ଼ିଲା ଓଡ଼ିଶା ବିରୋଧୀ ମନ୍ତବ୍ୟ: ଅଭିଜିତ୍ ଆୟାର ମିତ୍ର ଗିରଫ

Ordigital Desk
  • Published: Thursday, 20 September 2018
  • , Updated: 20 September 2018, 08:54 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। କେବଳ ଓଡ଼ିଶା ନୁହେଁ, ଅଭିଜିତ୍&zwnj; ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ।</p> <p>ଅଭିଜିତ୍&zwnj;ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍&zwnj; ହେପାଜତକୁ ନେଇ ପଚରା ଉଚରା କରିବା ପରେ ଗିରଫ କରିଛି। ଏହାପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଯିବ। ଓଡ଼ିଶା ପୁଲିସ୍ ଅଭିଜିତ୍&zwnj;ଙ୍କୁ ଟ୍ରାଞ୍ଜିଟ୍&zwnj; ରିମାଣ୍ଡରେ ନେଇପାରେ।</p> <p>ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ଅଭିଜିତ୍&zwnj; ଓଡ଼ିଶାର କଳା ଓ ଐତିହ୍ୟ ପ୍ରତି ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ନେଇ ଆଜି ବିଧାନସଭାରେ ମଧ୍ୟ ହୋହାଲ୍ଲା ହୋଇଥିଲା। ଘଟଣାର ତଦନ୍ତ ପାଇଁ ବାଚସ୍ପତି ଗୃହ କମିଟି ଗଠନ କରିଥିଲେ।</p>

Related story