ଅଭିଯୋଗ ପ୍ରମାଣିତ ହେଲେ ସଞ୍ଜୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ: ବୈଷ୍ଣବ

ଭୁବନେଶ୍ୱର: ମନ୍ତ୍ରୀ ଦାସବର୍ମା ପ୍ରସଙ୍ଗରେ ପୁଣି ଜଣେ ସାଂସଦ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜନମତ କ’ଣ ହେଉଛି ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସାଂସଦ ବୈଷ୍ଣବ ପରିଡ଼ା। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ରାମସୀତା ଉପାଖ୍ୟାନ ଉପରେ ବି ସେ ମତ ରଖିଛନ୍ତି। ଦେବୀ ସୀତାଙ୍କୁ ତ୍ୟାଗ କରି ପ୍ରଭୂ ରାମଚନ୍ଦ୍ର ନିନ୍ଦିତ ହୋଇଥିଲେ। ତେଣୁ ବିନା ପ୍ରମାଣରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ କ’ଣ ନିନ୍ଦିତ ହେବେ ନାହିଁ […]

baisnaba

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 06:08 PM IST

ଭୁବନେଶ୍ୱର: ମନ୍ତ୍ରୀ ଦାସବର୍ମା ପ୍ରସଙ୍ଗରେ ପୁଣି ଜଣେ ସାଂସଦ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜନମତ କ’ଣ ହେଉଛି ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସାଂସଦ ବୈଷ୍ଣବ ପରିଡ଼ା।

ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ରାମସୀତା ଉପାଖ୍ୟାନ ଉପରେ ବି ସେ ମତ ରଖିଛନ୍ତି। ଦେବୀ ସୀତାଙ୍କୁ ତ୍ୟାଗ କରି ପ୍ରଭୂ ରାମଚନ୍ଦ୍ର ନିନ୍ଦିତ ହୋଇଥିଲେ। ତେଣୁ ବିନା ପ୍ରମାଣରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ କ’ଣ ନିନ୍ଦିତ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସାଂସଦ ପରିଡା କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିପାରିବି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ଅଭିଯୋଗ ଆସୁଛି ପଦକ୍ଷେପ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ଯଦି କିଛି ପ୍ରମାଣ ପାଇବା ପୂର୍ବରୁ ସଞ୍ଜୟଙ୍କୁ ବାହାର କରିଦେବେ ପୁରାଣରେ ରାମ ନିନ୍ଦିତ ହେବା ପରି ନିନ୍ଦିତ ହେବ। ତେଣୁ ସେ ଅଭିଯୋଗର ତର୍ଜମା କରି ପଦକ୍ଷେପ ଗ୍ରହଣ କରିବେ।”

ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ଭର୍ତ୍ତୃହରି ମହତାବ, ନଗେନ୍ଦ୍ର ପ୍ରଧାନ ଓ ତଥାଗତ ଶତପଥୀଙ୍କ ପରେ ସଞ୍ଜୟଙ୍କ ଘଟଣାରେ ବୈଷ୍ଣବ ପରିଡାଙ୍କ ମନ୍ତବ୍ୟ ତାଙ୍କ ସମସ୍ୟାକୁ ଦିନକୁ ଦିନ ବଢାଇବାରେ ଲାଗିଛି। ବିଜେପି ଓ କଂଗ୍ରେସରୁ ପାଜେରୋ ଗାଡ଼ି ଓ ଚିଟ୍‌ଫଣ୍ଡ ଲିଙ୍କ୍‌କୁ ନେଇ ଘୋର ବିରୋଧର ସମ୍ମୁଖୀନ ହେଉଛନ୍ତି ସଞ୍ଜୟ। ଏପରି ସ୍ଥିତିରେ ନିଜ ଦଳ ଭିତରେ ବରିଷ୍ଠ ନେତାମାନଙ୍କ ତାଙ୍କ ବିରୋଧରେ ମନ୍ତବ୍ୟ ସ୍ଥିତିକୁ ଆହୁରି ଜଟିଳ କରିବାରେ ଲାଗିଛି।

Related story