୨୪ ସପ୍ତାହ ପରେ ଗର୍ଭପାତ: ଗଠନ ହେବ ଆଉ ୧୧ଟି ମେଡ଼ିକାଲ୍‌ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ପାଇଁ ଉଦ୍ଦିଷ୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି ଆକ୍ଟ-୧୯୭୧ର ପ୍ରବଧାନ ଅନୁସାରେ ରାଜ୍ୟରେ ଆଉ ୧୧ଟି ହସ୍ପିଟାଲରେ ମେଡିକାଲ ବୋର୍ଡ କାର୍ଯ୍ୟକ୍ଷମ ହେବ। ଏହି ବୋର୍ଡ ୨୪ ସପ୍ତାହ ପରେ ଗର୍ଭପାତ ପାଇଁ ଜଣେ ମହିଳାଙ୍କୁ ଅନୁମତି ଦେବା ବା ଖାରଜ କରିବା ସଂକ୍ରାନ୍ତ ନିଷ୍ପତ୍ତି ନେବ। ଏବେ ଏହି ପ୍ରାବଧାନ ଅନୁସାରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମେଡିକାଲ ବୋର୍ଡ କାର୍ଯ୍ୟକ୍ଷମ ଅଛି। […]

pregnet

Ordigital Desk
  • Published: Thursday, 22 December 2022
  • , Updated: 22 December 2022, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ପାଇଁ ଉଦ୍ଦିଷ୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି ଆକ୍ଟ-୧୯୭୧ର ପ୍ରବଧାନ ଅନୁସାରେ ରାଜ୍ୟରେ ଆଉ ୧୧ଟି ହସ୍ପିଟାଲରେ ମେଡିକାଲ ବୋର୍ଡ କାର୍ଯ୍ୟକ୍ଷମ ହେବ। ଏହି ବୋର୍ଡ ୨୪ ସପ୍ତାହ ପରେ ଗର୍ଭପାତ ପାଇଁ ଜଣେ ମହିଳାଙ୍କୁ ଅନୁମତି ଦେବା ବା ଖାରଜ କରିବା ସଂକ୍ରାନ୍ତ ନିଷ୍ପତ୍ତି ନେବ। ଏବେ ଏହି ପ୍ରାବଧାନ ଅନୁସାରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମେଡିକାଲ ବୋର୍ଡ କାର୍ଯ୍ୟକ୍ଷମ ଅଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ୨୪ ସପ୍ତାହ ପରେ ଗର୍ଭ ନଷ୍ଟ ନିମନ୍ତେ ଅନୁମତି ଦେବା ଅବା ଖାରଜ କରିବା ନିଷ୍ପତ୍ତି ମେଡିକାଲ ବୋର୍ଡ ନେଇଥାନ୍ତି । ଏହି ପ୍ରାବଧାନ ଅନୁସାରେ ରାଜ୍ୟରେ ଏଭଳି ମାମଲାର ନିଷ୍ପତ୍ତି ନେବା ନିମନ୍ତେ ଏକମାତ୍ର ମେଡିକାଲ ବୋର୍ଡ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରହିଛି । ରାଜ୍ୟର ଯେକୌଣସି ଭାଗରେ ଏଭଳି ଘଟଣା ଥିଲେ ତାହା ଏସିବି ମେଡିକାଲ ବୋର୍ଡକୁ ରେଫର କରାଯାଉଛି ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତା’ର ବିଚାରର ଆବଶ୍ୟକତା ରହିଛି । ତେବେ ସବୁ ମାମଲାଗୁଡ଼ିକ କଟକ ରେଫର ହେଉଥିବାରୁ ଓ ଏହାର ନିଷ୍ପତ୍ତି ନେବାରେ ସମୟ ଅପଚୟ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ଗର୍ଭବତୀଙ୍କୁ ସହାୟତା ଓ ସେବା ଯୋଗାଇବାରେ ସମସ୍ୟା ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏ ସଂକ୍ରାନ୍ତ ନିଷ୍ପତ୍ତି ନେବା ନିମନ୍ତେ ଅଧିକ ସଂଖ୍ୟକ ମେଡିକାଲ ବୋର୍ଡ ଗଠନର ଆବଶ୍ୟକତା ରହିଛି । ଏଥିପାଇଁ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନାନ୍ସି(ସଂଶୋଧନ) ଆଇନ-୨୦୨୧ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟ ସରକାର ଅନ୍ୟ ୧୧ଟି ମେଡିକାଲରେ ଏଭଳି ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଠି ୨୪ ସପ୍ତାହ ପରେ ଗର୍ଭପାତ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇପାରିବ।

ସେହି ମେଡିକାଲଗୁଡ଼ିକ ହେଲା-

୧- ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର

୨- ଭିଏସଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା
୩- ଏଫଏମ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱର
୪-ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ, ମୟୂରଭଞ୍ଜ
୫- ବିବି ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରୟ
୬-ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ
୭- ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ, ପୁରୀ
୮- କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ
୯-ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ
୧୦- ଏମସ୍ , ଭୁବନେଶ୍ୱର
୧୧- ପିଜିଆଇଏମଇଆର, ଭୁବନେଶ୍ୱର(କ୍ୟାପିଟାଲ ହସ୍ପିଟାଲ)

Related story