ଓପିଜିସି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଅଘଟଣ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ବନହରପାଲିରେ ଥିବା ଓପିଜିସି ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଘଟିଛି ଅଘଟଣ। ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୩ ନମ୍ବର ୟୁନିଟରେ ଆଶ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟର ହପର ଖସି ପଡ଼ିବାରୁ ତଳେ କାମ କରୁଥିବା ୪ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଦେହରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର […]

opgc

Jitendra Garnayak
  • Published: Sunday, 06 September 2020
  • , Updated: 06 September 2020, 07:22 AM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ବନହରପାଲିରେ ଥିବା ଓପିଜିସି ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଘଟିଛି ଅଘଟଣ। ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୩ ନମ୍ବର ୟୁନିଟରେ ଆଶ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟର ହପର ଖସି ପଡ଼ିବାରୁ ତଳେ କାମ କରୁଥିବା ୪ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଦେହରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି।

ସମସ୍ତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Related story