ବ୍ରିଜ୍‌ ତଳକୁ ଖସି ପଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍‌

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନିକଟରେ ଥିବା ବ୍ରିଜ୍‌ ତଳକୁ ଏକ ଗ୍ୟାସ୍ ସିଲିଣ୍ଡଲ ବୋଝେଇ ଟ୍ରକ୍‌ ଆଜି ଖସି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଶ୍ରୀବାସ୍ତବ(୪୫)। ତାଙ୍କ ଘର ଜାମସେଦପୁର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଟ୍ରକ୍‌ଟି ଜାମସେଦପୁରରୁ ବାରିପଦା ଆସୁଥିଲା। […]

truck1

truck1

Jitendra Garnayak
  • Published: Wednesday, 05 December 2018
  • Updated: 05 December 2018, 04:57 PM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନିକଟରେ ଥିବା ବ୍ରିଜ୍‌ ତଳକୁ ଏକ ଗ୍ୟାସ୍ ସିଲିଣ୍ଡଲ ବୋଝେଇ ଟ୍ରକ୍‌ ଆଜି ଖସି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଶ୍ରୀବାସ୍ତବ(୪୫)। ତାଙ୍କ ଘର ଜାମସେଦପୁର ଅଞ୍ଚଳରେ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଟ୍ରକ୍‌ଟି ଜାମସେଦପୁରରୁ ବାରିପଦା ଆସୁଥିଲା। ଭାରସାମ୍ୟ ହରାଇ ଏହା ବ୍ରିଜ୍‌ ତଳକୁ ଖସି ପଡ଼ିଥିବା କୁହାଯାଉଛି। ବ୍ରିଜ୍‌ରେ ଥିବା ପ୍ରୋଟେକ୍ସନ୍ ୱାଲ୍ ପୂର୍ବରୁ ଭାଙ୍ଗି ଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos