ପୋଲ ତଳକୁ ଖସିପଡ଼ିଲା ବସ୍: ୪ ମୃତ, ୩୨ ଆହତ

Ordigital Desk
  • Published: Wednesday, 24 January 2018
  • , Updated: 24 January 2018, 08:04 AM IST
<p>ସମ୍ବଲପୁର: ମଙ୍ଗଳବାର ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ବଲପୁରରୁ ରାଇରଙ୍ଗପୁର ଯାଉଥିବା ଏକ ଘରୋଇ ବସ୍&zwnj; ପଡ଼ିଆବାହାଲ ନିକଟସ୍ଥ ଗୌଡ଼ପାଲୀ ପୋଲରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ୪ ଜଣ ପ୍ରାଣ ହରାଇଛନ୍ତି। ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ମୃତକମାନେ ହେଲେ ବିଜେପୁରର ରଞ୍ଜନ ମେହେର, କେନ୍ଦୁଝରର ଗୋପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ ସାହୁ ଏବଂ ପୁରୀର ସରୋଜ ରାଉତରାୟ। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।</p> <p>ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟାରେ &lsquo;ବୈଷ୍ଣୋଦେବୀ&rsquo; ନାମକ ଏହି ଘରୋଇ ବସ୍ ସମ୍ବଲପୁରରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଗୌଡ଼ପାଲୀ ପୋଲରେ କୌଣସି କାରଣରୁ ଭାରସାମ୍ୟ ହରାଇ ବସ୍&zwnj;ଟି ତଳକୁ ଖସିପଡ଼ିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ, ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।&nbsp; ସମ୍ବଲପୁର ଜିଲ୍ଲାପାଳ, ଏସ୍&zwnj;ପି ଏବଂ ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ପ୍ରାୟ ୪ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାପାଳ, ତହସିଲଦାର ଏବଂ ଏସପି ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବସ୍&zwnj;ରେ ସମୁଦାୟ ୩୬ଜଣ ଯାତ୍ରୀ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।</p>

Related story