ବନ୍ଧୁପତ୍ନୀଙ୍କୁ ତଣ୍ଟିଚିପି ମାରିଦେଲା... ଠିକ୍‌ ସମୟରେ ଦେଖିଦେଲା କୁନି ଝିଅ...

ସୁନ୍ଦରଗଡ଼( ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଓରାମପଡ଼ା ଗାଁର ମାଆ ଓ ଝିଅଙ୍କ ଡବଲ ହତ୍ୟା ଘଟଣାର ପୋଲିସ୍‌ ପର୍ଦ୍ଦାଫାସ୍ କରିଛି। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ସଲିଲ୍‌ ଭେଙ୍ଗରା ବୋଲି ଜଣାପଡ଼ିଛି। ସେ ଝାଡ଼ଖଣ୍ଡର ରୁହନ୍ତି। ସୂଚନାଯୋଗ୍ୟ, ଗତ ୨୫ତାରିଖରେ ଘରେ କେହି ନଥିବା ବେଳେ ସଲିଲ୍‌ ନିସାଶକ୍ତ ଅବସ୍ଥାରେ ଆସି ଏହି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା। ଏଥିରେ ସେ ବିଫଳ ହୋଇଥିଲା। […]

MURDER

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 01:09 PM IST

ସୁନ୍ଦରଗଡ଼( ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଓରାମପଡ଼ା ଗାଁର ମାଆ ଓ ଝିଅଙ୍କ ଡବଲ ହତ୍ୟା ଘଟଣାର ପୋଲିସ୍‌ ପର୍ଦ୍ଦାଫାସ୍ କରିଛି। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ସଲିଲ୍‌ ଭେଙ୍ଗରା ବୋଲି ଜଣାପଡ଼ିଛି। ସେ ଝାଡ଼ଖଣ୍ଡର ରୁହନ୍ତି।

ସୂଚନାଯୋଗ୍ୟ, ଗତ ୨୫ତାରିଖରେ ଘରେ କେହି ନଥିବା ବେଳେ ସଲିଲ୍‌ ନିସାଶକ୍ତ ଅବସ୍ଥାରେ ଆସି ଏହି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା। ଏଥିରେ ସେ ବିଫଳ ହୋଇଥିଲା। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ସଲିଲ୍ ଉକ୍ତ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ  ଘରେ ରଖିଲା ବେଳେ ମହିଳାଙ୍କ ଝିଅ ଦେଖି ଦେଇଥିଲା ଓ ପାଟି କରିଥିଲା। ପରେ ସଲିଲ୍‌ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିଥିଲା।

ଗତକାଲି  ଟିକିଲିପଡ଼ାର ଓରାମପଡ଼ା ଗାଁରେ ଏକ ଘର ଭିତରୁ ମା ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘରୁ ଦେଢ ବର୍ଷର ପୁଅକୁ ଗୁରୁତର ଅବସ୍ଥାର ଉଦ୍ଧାର କରାଯାଇଥିଲା।

 

Related story