କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଫେରାର

କଟକ(ଓଡ଼ିଶା ରିପୋର୍ଟର): କନଷ୍ଟେବଳଙ୍କୁ ଧକ୍କା ମାରି ଥାନା ପରିସରରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଗତକାଲି କଟକ ସଦର  ଥାନାରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଯୁଗା ଖାଁକୁ ଖୋଜୁଛି ପୁଲିସ୍‌। ମିଳିଥିବା ସୂଚନା ମୁତାବକ, ଗତକାଲି ସ୍ପେଶାଲ ସ୍କ୍ୱାଡ୍ ଓ ସଦର ଥାନା ପୁଲିସ୍‌ର ମିଳିତ ଅପରେସନ୍‌ରେ ଅଭିଯୁକ୍ତ ଯୁଗା ଖାଁକୁ ଧରାଯାଇଥିଲା । ତେବେ କନଷ୍ଟେବଳଙ୍କୁ ଧକ୍କା ମାରି ପୁଲିସ୍‌ ହେପାଜତରେ ଥିବା ଯୁଗା ଖାଁ ଫେରାର ହୋଇଛି । ତେବେ […]

jail

Niharika Rout
  • Published: Thursday, 12 November 2020
  • , Updated: 12 November 2020, 10:25 AM IST

କଟକ(ଓଡ଼ିଶା ରିପୋର୍ଟର): କନଷ୍ଟେବଳଙ୍କୁ ଧକ୍କା ମାରି ଥାନା ପରିସରରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଗତକାଲି କଟକ ସଦର  ଥାନାରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଯୁଗା ଖାଁକୁ ଖୋଜୁଛି ପୁଲିସ୍‌।

ମିଳିଥିବା ସୂଚନା ମୁତାବକ, ଗତକାଲି ସ୍ପେଶାଲ ସ୍କ୍ୱାଡ୍ ଓ ସଦର ଥାନା ପୁଲିସ୍‌ର ମିଳିତ ଅପରେସନ୍‌ରେ ଅଭିଯୁକ୍ତ ଯୁଗା ଖାଁକୁ ଧରାଯାଇଥିଲା । ତେବେ କନଷ୍ଟେବଳଙ୍କୁ ଧକ୍କା ମାରି ପୁଲିସ୍‌ ହେପାଜତରେ ଥିବା ଯୁଗା ଖାଁ ଫେରାର ହୋଇଛି । ତେବେ ଥାନା ପରିସରରୁ ଅପରାଧି ଫେରାର ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related story